27.1 C
Bhubaneswar
Friday, October 18, 2024
Homeଅପରାଧରାସ୍ତା ମଝିରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ରାସ୍ତା ମଝିରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

କାନପୁର: ବିଚ ରାସ୍ତାରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ । ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ତେବେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅନ୍ୟପଟେ ଏଭଳି ରାସ୍ତା ମଝିରେ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବିହ୍ଲୋର ଥାନା ଅନ୍ତର୍ଗତ ରାଜେପୁର ଗାଁ ନିକଟସ୍ଥ ରାଜରାସ୍ତାରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଛୁରୀ ଓ କୁରାଢୀରେ ହାଣି ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ସୂଚନା ଅନୁଯାୟୀ, ରବିବାର ସକାଳ ସମୟରେ ଜଣେ ଯୁବତୀ ତାଙ୍କ ଭିଣୋଇଙ୍କ ସହ ବାଇକ୍ରେ ଘରକୁ ଯାଉଥିଲେ ।

ଏହି ସମୟରେ ବିହ୍ଲୋର ଥାନା ଅନ୍ତର୍ଗତ ରାଜେପୁର ଗାଁ ନିକଟସ୍ଥ ରାଜରାସ୍ତାରେ ହଠାତ୍ ବାଇକ ସାମ୍ନାକୁ ଆସି ଜଣେ ବାଇକ ରୋକିଥିଲା। ବାଇକ୍ ରଖିବା ପରେ ହଠାତ ଯୁବକ ଜଣକ ଆସି ଯୁବତୀଙ୍କ ଉପରକୁ ଆକ୍ରମଣ କରିଥିଲା । କୁରାଢୀ ଓ ଛୁରୀ ସାହାଯ୍ୟରେ ଯୁବତୀଙ୍କ ଉପରକୁ ଏକାଧିକ ଥର ଆକ୍ରମଣ କରିଥିଲା ଯୁବକ ଜଣକ । ଏହି ଆକ୍ରମଣରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଜଣକ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ କୁରାଢୀ ଓ ଛୁରୀକୁ ମଧ୍ୟ ଜବତ କରିଛି । ଏଥିସହ ପ୍ରତ୍ୟେକ୍ଷଦର୍ଶୀମାନଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking