26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶପ୍ରେମିକକୁ ଦେଖିବା ପାଇଁ ଏମିତି କାମ କଲା ପ୍ରେମିକା, ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ପ୍ରେମିକକୁ ଦେଖିବା ପାଇଁ ଏମିତି କାମ କଲା ପ୍ରେମିକା, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ପାଟନା: କାହା ପ୍ରେମରେ କେବେ ବିଜୁଳି କଣ୍ଟା ହୋଇପାରେ ? ହେଲେ ବିହାରର ଜଣେ ପ୍ରେମୀ ଯୁଗଳଙ୍କ ପାଇଁ ସବୁବେଳେ ଲାଇନ ରହିବା କଣ୍ଟା ହୋଇଛି । ଗାଁରେ ଲାଇନ୍ କଟୁ ନଥିବାରୁ ପ୍ରେମିକା ନିଜ ପ୍ରେମିକକୁ ଭେଟିବାକୁ ସୁଯୋଗ ପାଉନଥିଲେ । ପ୍ରେମିକଠୁ ଦୂରରେ ରହିବାର କଷ୍ଟ ଏତେ ଅଧିକ ହେଲା ଯେ ସେ ସବୁ ସୀମା ଡେଇଁଗଲେ । ସବୁଦିନ ରାତିରେ ଗାଁର ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଯାଇ ତାର ଛିଣ୍ଡାଇ ଦେଉଥିଲେ । ଫଳରେ ପୁରା ଗାଁ ଅନ୍ଧାର ହୋଇଯିବା ପରେ ଏହି ସୁଯୋଗରେ ସେ ପ୍ରେମିକ ପାଖକୁ ଚାଲି ଆସୁଥିଲେ । ଏମିତି କିଛି ଦିନ ଚାଲିବା ପରେ ଶେଷରେ ଯୁବତୀଙ୍କ ଏହି କାରନାମା ଗାଁ ଲୋକଙ୍କ ଆଖିରେ ପଡ଼ିଥିଲା । ଦୁଇ ପ୍ରେମୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିବା ସହ ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ । ବିହାର ବେତିୟା ଜିଲ୍ଲାରୁ ଏଭଳି ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଘଟଣାଟି ବେତିୟା ଜିଲ୍ଲା ନୈତନ ଥାନା ଅଞ୍ଚଳର । ପ୍ରତିଦିନ ଭଳି ରାତିରେ ପ୍ରେମିକା ଟ୍ରାନ୍ସଫର୍ମର ତାର ଛିଡାଇ ପ୍ରେମିକକୁ ଦେଖା କରିବା ପାଇଁ ଆସିଥିଲେ । କିଟିମିଟି ଅନ୍ଧାରରେ ଦୁହେଁ ପରସ୍ପରର ପ୍ରେମରେ ବୁଡ଼ି ଯାଇଥିଲେ । ଠିକ୍ ଏତିକି ବେଳେ ସେମାନଙ୍କ ନିକଟରେ ପହଞ୍ଚି ଯାଇଥିଲେ ଗାଁ ଲୋକେ । ଦୁଇ ଯୁବକ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିବା ପରେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ । ଗ୍ରାମବାସୀଙ୍କ କହିବା କଥା, ସମ୍ପୃକ୍ତ ଯୁବତୀଙ୍କ ଯୋଗୁଁ ତାଙ୍କ ଗାଁ ବଦନାମ ହୋଇଛି । ସେ ଲାଇନ କାଟି ଦେଉଥିବାରୁ ଗାଁରେ ଚୋରି, ଡକାୟତି ବଢିଛି । ଏବେସୁଦ୍ଧା ଗାଁରୁ ଦୁଇଟି ବାଇକ, ଅନେକ ଲୋକଙ୍କ ଛେଳି ଚୋରି ହୋଇଛି ।

ଗାଁ ଲୋକେ ଯୁବକଙ୍କୁ ମାଡ଼ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି, କିଛି ଯୁବକ ତାଙ୍କୁ ବେଲ୍ଟରେ ପିଟୁଛନ୍ତି ଏବଂ ଯୁବତୀ ଆଖି ଆଗରେ ନିଜ ପ୍ରେମିକକୁ ମାଡ଼ ଖାଉଥିବାର ଦେଖି ସେହି ଯୁବକମାନଙ୍କୁ ନାଲି ଆଖି ଦେଖାଇ ଝଗଡ଼ା କରୁଛନ୍ତି । ପୁଣି କାହାକୁ ଫୋନ୍ କରିବାର ନାଟକ କରୁଛନ୍ତି । ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକକୁ ଉଦ୍ଧାର କରିଥିଲା । ଏହାପରେ ଯୁବକ ଓ ଯୁବତୀଙ୍କ ପରିବାର ଲୋକଙ୍କୁ ଡାକି ପଚରାଉଚରା କରିଥିଲା । ଦୁଇ ପରିବାର ସେମାନଙ୍କ ବିବାହ ପାଇଁ ସହମତି ହେବା ପରେ ପୋଲିସ ଯୁବକଙ୍କୁ ଛାଡି ଦେଇଛି । ଏହି ମାମଲା ଏବେ ଶାନ୍ତ ପଡିଥିବା ବେଳେ ଭିଡିଓ ଭାଇରାଲ ହେବା କାରଣରୁ ଚର୍ଚ୍ଚା ଥମିବାର ନାଁ ନେଉନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking