30.1 C
Bhubaneswar
Saturday, May 4, 2024
Homeଅପରାଧପ୍ରେମିକାକୁ ଲୁହା ରଡରେ ପିଟି ପିଟି ମାରିଦେଲା ପ୍ରେମିକ

ପ୍ରେମିକାକୁ ଲୁହା ରଡରେ ପିଟି ପିଟି ମାରିଦେଲା ପ୍ରେମିକ

ନୂଆଦିଲ୍ଲୀ: କ୍ରାଇମ ହବ୍ ପାଲଟିଛି ଜାତୀୟ ରାଜଧାନୀ । ପ୍ରେମ ବ୍ୟାପାରକୁ ନେଇ ୨୨ ବର୍ଷର କଲେଜ ଛାତ୍ରୀଙ୍କୁ ରଡ୍ରେ ପିଟି ହତ୍ୟା କରିଛି ପ୍ରେମିକ । ଛାତ୍ରୀ ଜଣକ ବିବାହ ପାଇଁ ମନା କରିବା ପରେ ଏପରି କାଣ୍ଡ ଭିଆଇଛି ଅଭିଯୁକ୍ତ । ମାଲଭିୟ ନଗର ସ୍ଥିତ କମଲା ନେହେରୁ କଲେଜ ପରିସରରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତଦେହ ନିକଟରୁ ଲୁହା ରଡ୍କୁ ମଧ୍ୟ ଜବତ କରାଯାଇଛି । ସେପଟେ ପରିବାର ପକ୍ଷରୁ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ହତ୍ୟା କରିଥିବା ନେଇ ମଧ୍ୟ ସ୍ୱୀକାର କରିଛି । ଅଭିଯୁକ୍ତର କହିବା ଅନୁସାରେ ସେ ଅରବିନ୍ଦ କଲେଜ ପାର୍କ ନିକଟରେ ବିବାହ ପାଇଁ ଯୁବତୀକୁ ପ୍ରପୋଜ କରିଥିଲା । ମାତ୍ର ଯୁବତୀ ଜଣକ ମନା କରିବା ପରେ ସେ ତାକୁ ହତ୍ୟା କରିଥିଲା । ଘଟଣାରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏନେଇ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୮ ମିନିଟରେ ପୋଲିସକୁ ଏକ କଲ୍ ଆସିଥିଲା ।

ଖବର ପାଇବା ମାତ୍ରେ ଦକ୍ଷିଣାଞ୍ଚଳ ଦିଲ୍ଲୀ ଡିସିପି ଚନ୍ଦନ ଚୌଧୁରୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ପୋଲିସ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି । ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେପଟେ ଝିଅର ମୃତ୍ୟୁ ଖବର ପାଇବା ପରେ ତାର ପିତା ଭାଙ୍ଗି ପଡ଼ିଛନ୍ତି । ସେ କହିଛନ୍ତି, “ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ମିଳୁ । ସେ ମୋର ଗୋଟିଏ ମାତ୍ର ଝିଅ ଥିଲା । ଅଭିଯୁକ୍ତକୁ ମୁଁ ଛାଡିବି ନାହିଁ ।” ଏନେଇ ଡିସିପି ଚନ୍ଦନ କହିଛନ୍ତି, ” ଛାତ୍ରୀ ଓ ଅଭିଯୁକ୍ତ ଜଣକ ସମ୍ପର୍କରେ ଭାଇ ଭଉଣୀ । ଉଭୟ ପୂର୍ବରୁ ସମ୍ପର୍କରେ ଥିଲେ । ତେବେ ଅଭିଯୁକ୍ତ ଜଣକ ବେରୋଜଗାର ଥିବାରୁ ପରିବାର ପକ୍ଷରୁ ବିବାହ ପାଇଁ ମନା କରିଥିଲେ । ଏହାପରେ ଯୁବତୀ ଜଣକ ପ୍ରେମିକ ସହିତ କଥାବାର୍ତ୍ତା ବନ୍ଦ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking