18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଏମିତି ନଦୀ ଯେଉଁଠି ବହିଥାଏ ସୁନା, ପାଣିରୁ ଛାଣି ଆଣି ମାସକୁ ଏତେ ଟଙ୍କା ଆୟ...

ଏମିତି ନଦୀ ଯେଉଁଠି ବହିଥାଏ ସୁନା, ପାଣିରୁ ଛାଣି ଆଣି ମାସକୁ ଏତେ ଟଙ୍କା ଆୟ କରନ୍ତି ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ : ଦେଶରେ ଅନେକ ନଦୀ ବହିଯାଉଛି । ଆମ ଦେଶରେ ପ୍ରାୟ ୪୦୦ରୁ ଅଧିକ ଛୋଟ ବଡ ନଦୀ ବହିଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି ଯେଉଁଠି କେବଳ ପାଣି ନୁହେଁ ବରଂ ସୁନା ମଧ୍ୟ ମିଳେ । ସ୍ଥାନୀୟ ଲୋକ ପ୍ରତିଦିନ ନଦୀ ପାଣିକୁ ଛାଣି ସେଥିରୁ ସୁନା ବାହାର କରନ୍ତି ଏବଂ ତାକୁ ବିକି ଘର ଚଲାନ୍ତି । ଆସନ୍ତୁ ଜାଣିବା ଏହି ଖାସ୍ ନଦୀ ସମ୍ପର୍କରେ…

ଆପଣଙ୍କୁ କହିରଖୁଛୁ ଏହି ନଦୀର ନାଁ ସ୍ୱର୍ଣ୍ଣ ରେଖା ନଦୀ । ଏହି ନଦୀ ଝାରଖଣ୍ଡରେ ବହିଥାଏ । ଏଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ ଆୟର ମାଧ୍ୟମ ହେଉଛି ଏହି ନଦୀ । ଏଠାରେ ଲୋକମାନେ ପ୍ରତିଦିନ ନଦୀ କୂଳକୁ ଯାଇଥାନ୍ତି ଏବଂ ପାଣିକୁ ଛାଣି ସୁନା ଏକାଠି କରନ୍ତି । ଝାରଖଣ୍ଡର ତମାଡ ଏବଂ ସାରଡା ଅଞ୍ଚଳରେ ନଦୀରୁ ସୁନା ଛାଣିବା କାମ ଲୋକମାନେ ବର୍ଷ ବର୍ଷ ଧରି କରିଆସୁଛନ୍ତି ।

ସ୍ୱର୍ଣ୍ଣ ରେଖା ନଦୀର ଉତ୍ପନ ସ୍ଥଳ ଝାରଖଣ୍ଡର ରାଜଧାନୀ ରାଞ୍ଚିରୁ ପ୍ରାୟ ୧୬ କିଲୋମିଟର ଦୂରରେ । ଏହି ନଦୀ ଝାରଖଣ୍ଡରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବହିଥାଏ । ଏହି ନଦୀର ଏକ ଖାସ୍ କଥା ହେଉଛି କି ଏହି ନଦୀ ଝାରଖଣ୍ଡର ବାହାରିବା ପରେ ଅନ୍ୟ କୌଣସି ନଦୀରେ ମିଶେନି ବରଂ ସିଧା ପଶ୍ଚିମବଙ୍ଗ ଖାଡିରେ ମିଶିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଜାଣିପାରୁନାହାଁନ୍ତି ଯେ ଏହି ନଦୀରେ ସୁନା କେଉଁଠୁ ଆସୁଛି । ଅର୍ଥାତ୍ ଏହି ନଦୀର ସୁନା ବୈଜ୍ଞାନିକଙ୍କ ପାଇଁ ଏବେ ବି ରହସ୍ୟ ହୋଇ ରହିଛି । ସ୍ୱର୍ଣ୍ଣ ରେଖା ନଦୀର ସମୁଦାୟ ଲମ୍ବ ୪୭୪ କିଲୋମିଟର । ଏହି ନଦୀରୁ ସୁନା ବାହାର କରିବା କାମ ସହଜ ନୁହେଁ । ସୁନା ଏକାଠି କରିବା ପାଇଁ ଲୋକଙ୍କୁ ସାରା ଦିନ ପରିଶ୍ରମ କରିବାକୁ ପଡେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ସୁନା ଏକାଠି କରି ସାରା ମାସରେ ଜଣେ ବ୍ୟକ୍ତି ୫ରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking