24.1 C
Bhubaneswar
Friday, October 25, 2024
Homeଓଡିଶାବିଧାୟକଙ୍କ କାର୍‌କୁ ଢେଲାମାଡ଼, ପିଏସ୍‌ଓଙ୍କୁ କାର୍‌ରୁ ଘୋଷାଡ଼ି ଛେଚିଲେ

ବିଧାୟକଙ୍କ କାର୍‌କୁ ଢେଲାମାଡ଼, ପିଏସ୍‌ଓଙ୍କୁ କାର୍‌ରୁ ଘୋଷାଡ଼ି ଛେଚିଲେ

ବଲାଙ୍ଗୀର: ଲୋଇସିଂହା ବିଧାୟକ ମୁକେଶ ମାହାଲିଙ୍ଗଙ୍କ କାର୍ ଉପରକୁ ଢେଲା ମାଡ଼ କରିଛନ୍ତି ଦୁର୍ବୃତ୍ତ । ସୌଭାଗ୍ୟବସତଃ ବିଧାୟକ କାର୍‌ର ପଛ ସିଟ୍‌ରେ ବସିଥିବାରୁ ଏଥିରେ ତାଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ କାର୍ ଅଟକାଇ ଦୁର୍ବୃତ୍ତଙ୍କୁ ପ୍ରତିବାଦ କରିବାରୁ ଆକ୍ରମଣକାରୀମାନେ କାର୍‌ର ଆଗ ସିଟ୍‌ରେ ବସିଥିବା ବିଧାୟକଙ୍କ ପିଏସ୍‌ଓ ଏବଂ ଡ୍ରାଇଭର୍‌ଙ୍କୁ ଭିଡ଼ିଆଣି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ । ଏଥିରେ ପିଏସ୍‌ଓ ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ଲୋଇସିଂହା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ରାଜନୈତିକ ଶତ୍ରୁତା ନା ଅନ୍ୟ କିଛି କାରଣ ପାଇଁ ଏଭଳି କାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ବାଦିବାହାଲରୁ ବିଧାୟକ ନିଜ ଗାଁକୁ ଫେରୁଥିବା ବେଳେ ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍ ୨୬ର ବୁର୍ଡା ଛକରେ ଏଭଳି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ଦୁଇଜଣ ଦୁର୍ବୃତ୍ତ ପ୍ରଥମେ ତାଙ୍କ କାର୍ ଆଗରେ ବାଇକ୍ ରଖି ଗଣ୍ଡଗୋଳ କରିଥିବା ବେଳେ ଏହାକୁ ବିଧାୟକଙ୍କ ଡ୍ରାଇଭର୍ ପ୍ରତିବାଦ କରିଥିଲେ । ଏଥିରେ ଉତ୍ତକ୍ଷୀପ୍ତ ହୋଇ ଦୁର୍ବୃତ୍ତମାନେ କାର୍ ଉପରକୁ ଢେଲା ପଥର ମାଡ଼ କରି ତାଙ୍କ ପିଏସ୍‌ଓ ଓ ଡ୍ରାଇଭର୍‌ଙ୍କୁ ମାଡ଼ ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking