29.1 C
Bhubaneswar
Wednesday, July 3, 2024
Homeଦେଶ ବିଦେଶଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ, ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ...

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ, ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମୋଦିଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ:ଭାରତ-ଜାପାନ କୂଟନୈତିକ ସମ୍ପର୍କ ଚଳିତ ବର୍ଷ ଏକ ନୂତନ ଶୀର୍ଷତାରେ ପହଞ୍ଚିବାକୁ ଯାଉଛି । ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓଙ୍କ ଭାରତ ଗସ୍ତକୁ ପ୍ରସ୍ତୁତି ଜୋରଦାର ହୋଇଛି । ମାର୍ଚ୍ଚ ୨୦ ରେ ଦୁଇ ଦିନିଆ ଗସ୍ତରେ ଫୁମିଓ ଭାରତ ଆସୁଛନ୍ତି । ମାର୍ଚ୍ଚ ୨୧ରେ ସେ ଜାପାନ ଫେରିଯିବେ । ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଫୁମିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାରତ-ଜାପାନ ଶିଖର ସମ୍ମିଳନୀରେ ସାମିଲ୍ ହେବାକୁ ଯାଉଛନ୍ତି । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସହ ଜଡିତ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବେ ।
ମାର୍ଚ୍ଚ ୨୦ ସକାଳ ୮.୦୫ରେ କିସିଡା ଫୁମିଓ ଭାରତ ମାଟିରେ ଅବତରଣ କରିବେ । ଏହା ପରେ ସେ ସକାଳ ୧୦.୪୫ ରେ ଦିଲ୍ଲୀରୁ ରାଜଘାଟ ଅଭିମୁଖେ ବାହାରିବେ ଏବଂ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାର କିଛି ସମୟ ପରେ, ସକାଳ ପ୍ରାୟ ୧୧.୧୫ ସମୟରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଅପରାହ୍ନ ୧୨.୪୦ ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ହାଇଦ୍ରାବାଦ ହାଉସରେ ପ୍ରେସ ସାମ୍ନାରେ ନିଜର କଥା ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking