19.1 C
Bhubaneswar
Monday, November 18, 2024
Homeଓଡିଶାପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଦେବଗଡ଼ : ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମରେ ଜଣେ ପ୍ରେମିକ ଘର ଦୁଆରରେ ଜଣେ ପ୍ରେମିକା ଗତକାଲି ଠାରୁ ଶଙ୍ଖା ସିନ୍ଦୁର ଦାବିରେ ଧାରଣା ଦେଇ ବସି ରହିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମର ପ୍ରେମିକ ସଞ୍ଜୟ ସାହୁ ନାକଟିଦେଉଳ ଥାନା ଅନ୍ତର୍ଗତ ହିନ୍ତସରା ଗ୍ରାମର ପ୍ରେମିକା ଅଲି ସାହୁ(37)ଙ୍କ ସହ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରଖି ଥିବା ବେଳେ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ସମୟରେ ବିଭିନ୍ନ ଆଳ କରି ଲକ୍ଷାଧିକ ଟଙ୍କା ନେଇଥିବା ପ୍ରେମିକା ଅଲି ଅଭିଯୋଗ କରିଛି l ଏ ନେଇ ପ୍ରେମିକା ଅଲି ପକ୍ଷରୁ ଦୁଇବର୍ଷ ପୂର୍ବେ ନାକଟିଦେଉଳ ଥାନାରେ ପ୍ରେମ ପ୍ରତାରଣା ଅଭିଯୋଗ କରିଥିବା ବେଳେ ପ୍ରେମିକ ସଞ୍ଜୟ ଗିରଫ ହୋଇ ଦେଢ଼ ବର୍ଷ ଜେଲରେ ବିଚାରଧୀନ ବନ୍ଦୀ ଭାବେ ରହିଥିଲେ l ତେବେ ସଞ୍ଜୟଙ୍କ ପରିବାର ଲୋକ ଅଲିଙ୍କୁ ବୁଝାସୁଝା କରି କୋର୍ଟ ରେ ଆପୋଷ ସମାଧାନ ନେଇ ଦରଖାସ୍ତ କରିବାରୁ ସଞ୍ଜୟ ଜେଲ ରୁ ମୁକୁଳି ଥିଲା l ଏହାପରେ ସଞ୍ଜୟ ନିଜ ଗାଁ ରେ ଦୋକାନ ଖୋଲିବା ପାଇଁ ପ୍ରେମିକା ଅଲି ଠାରୁ ବିଭିନ୍ନ ପର୍ଯ୍ୟାୟ ରେ ଲକ୍ଷାଧିକ ଟଙ୍କା ଆଣିବା ପରେ ପ୍ରେମିକ ସଞ୍ଜୟ ଗତ କିଛି ଦିନଠାରୁ ପ୍ରେମିକା ଅଲି କୁ ଧରାଛୁଆଁ ଦେଉ ନଥିବା ବେଳେ ଫୋନ ବ୍ଲକ କରିଥିବା ଏବଂ ଅନ୍ୟ କୌଣସି ନମ୍ବର ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କଲେ ଗାଳିଗୁଲଜ ସହ ହତ୍ୟା ଧମକ ଦେଉଥିବା ଗଣ ମାଧ୍ୟମରେ ଅଲି ଅଭିଯୋଗ କରିଛି l ଗତକାଲି ସକାଳୁ ଅଲି ଧାରଣାରେ ବସିଥିବା ବେଳେ ପ୍ରେମିକ ସଞ୍ଜୟ ଘରୁ ଫେରାର ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking