33.1 C
Bhubaneswar
Saturday, October 5, 2024
Homeଓଡିଶାଦାଦନ ଖଟିବାକୁ ଯାଇ ନିଜ ସ୍ତ୍ରୀଙ୍କୁ ଅନ୍ୟତ୍ର ବିବାହ କରାଇଦେଲା ସ୍ୱାମୀ

ଦାଦନ ଖଟିବାକୁ ଯାଇ ନିଜ ସ୍ତ୍ରୀଙ୍କୁ ଅନ୍ୟତ୍ର ବିବାହ କରାଇଦେଲା ସ୍ୱାମୀ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ପୁଣି ଚର୍ଚ୍ଚାକୁ ଆସିଛି । ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି । ଦାଦନ ଖଟିବାକୁ ଯାଇଥିବା ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଅନ୍ୟ ରାଜ୍ୟରେ ଜଣକୁ ବିବାହ କରିଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ଝିଅର ପରିବାର ଲୋକ ନର୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଅଟକ ରଖିଛି । ପ୍ରେମ ସତ୍ୟ ଚିରନ୍ତନ, ଶାଶ୍ୱତ ବିଶ୍ୱାସର ପ୍ରତୀକ, ତେବେ ବେଳେ ବେଳେ ପ୍ରେମ ବି ଛଳନାର ଶିକାର ହୋଇଥାଏ । ଏପରିକି ପ୍ରେମିକାର ସରାଳତାର ସୁଯୋଗ ନେଇ ପ୍ରେମିକା ଓ ନିଜ ଭଲପାଇଥିବା ସ୍ତ୍ରୀକୁ ବି ଶାଗ ମାଛ ଦରରେ ବିକ୍ରି କରି ଅନ୍ୟ ଜଣେ ଅଚିହ୍ନା ପୁରୁଷର ହାତ ଧରେଇ ନିଜେ ମୁକ୍ତ ହେବା ଭଳି ବିରଳ ଘଟଣା ସାମ୍ନାକୁ ଆସିଛି । ଘଟଣାଟି କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ନର୍ଲା ଥାନାରେ ଛଳନା କରିଥିବା ଠକ ପ୍ରେମିକକୁ ଅଟକ ରଖିଛି ନର୍ଲା ଥାନା ପୁଲିସ ।

ଘଟଣାରୁ ପ୍ରକାଶ ଯେ ଗତ ଅକ୍ଟୋବର ୩୦ ତାରିଖ ଦାଦନ ଖଟିବାକୁ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ୨ ତାରିଖ ସ୍ୱାମୀ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀଙ୍କୁ ବିବାହ କରିଦେଇଥିବା ଅଭିଯୋଗ ହୋଇଛି । ଏହାପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲା । ଗତ ୫ ତାରିଖ ମହିଳା ଜଣକ ଏ ବିଷୟରେ ବାପା କୁଳମଣି ଭୋଇଙ୍କୁ ମୋବାଇଲ ଫୋନ୍‌ରେ ସବୁକଥା କହିଥିଲେ । ପରେ ନଭେମ୍ବର ୬ ତାରିଖ କୁଳମଣି ଭୋଇ ନିଜର ଜ୍ୱାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନର୍ଲା ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ କ୍ଷୀରାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking