30.1 C
Bhubaneswar
Sunday, June 16, 2024
Homeଅପରାଧସ୍ତ୍ରୀକୁ ସାବଳ ଛେଚି ମାରିବା ଉଦ୍ୟମେର ବନ୍ଧା ହେଲା ସ୍ୱାମୀ

ସ୍ତ୍ରୀକୁ ସାବଳ ଛେଚି ମାରିବା ଉଦ୍ୟମେର ବନ୍ଧା ହେଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀକୁ ସାବଳ ଛେଚି ମାରିବା ଉଦ୍ୟମଲ କରିଥିବାରୁ ଭରତପୁର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗରିଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଶଙ୍କର ଦାସ(୩୬) । ଘର ଭରତପୁର ସତ୍ୟ ନଗର ସ୍କୁଲ ପାଖରେ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ  ଅଭିଯୁକ୍ତ ଶଙ୍କର ଦାସଙ୍କୁ ଗତ ୧୭ ବର୍ଷ ତଳେ ଭଲପାଇ ବିବାହ କରିଥିଲେ । ବିବାହର କିଛିମାସ ଉଭୟଙ୍କର ଭଲରେ କଟିଥିବା ବେଳେ ପରେ ଶଙ୍କର  ନିୟମିତ ଭାବେ ସେବନ ରହିବା ସହିତ ନିଜ ପରିବାରର ଦାଇତ୍ୱ ନନେବାରୁ ଅଶାନ୍ତି ଲାଗିରହିଥିଲା । ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ।  ସ୍ୱାମୀ ଘରର ଦାଇତ୍ୱ ନନେବରୁ ଅଭିଯୋଗକାରିଣୀ ଜଣକ ପରିବାର ପ୍ରତିପୋଷଣ ନିମନ୍ତେ ଘର ବାହାରକୁ ଗୋଡ କାଢି ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥିଲେ । ଏହା ଜାଣି ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ । ଗତ ମାସ ୬ ତାରିଖ ରାତିରେ ଅଭିଯୋଗକାରିଣୀ ଜଣକ ନିଜ ଝିଅ ସହିତ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥିବା ବେଳେ ସ୍ୱାମୀ ଶଙ୍କର ତାଙ୍କୁ ଏକ ଶାବଳ ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ବଡଭଉଣୀ ତାଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲ ନେଇଥିôଲେ । ତା’ ପରେ ଘଟଣା ବାବଦରେ ସେ  ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଅଭଯୁକ୍ତ ଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking