22.1 C
Bhubaneswar
Wednesday, March 4, 2026
Homeଅପରାଧସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃସଂଶ ସ୍ୱାମୀ

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃସଂଶ ସ୍ୱାମୀ

ବାରିପଦା : : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପାରିବାରିକ କଳହର କରୁଣ ପରିଣାମ, ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃସଂଶ ସ୍ୱାମୀ । ମିଳିଥିବା ସୂଚନା ଅନୁଯାୟୀ, ବାଲିଯୋଡା ଗାଁର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳର କୁନିମଣି ସିଂଙ୍କୁ ବିବାହ କରିଥିଲେ। ଅନେକ ସମୟରେ ଶୁକଦେବ ମଦ୍ୟପାନ କରି ଆସି କୁନିମଣିଙ୍କ ସହ ବଚସା କରୁଥିଲେ। ସୋମବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟ କୌଣସି ପାରିବାରିକ କଥାକୁ ନେଇ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶୁକଦେବ କୁନିମଣିଙ୍କୁ ପଥରେ ଛେଚି ହତ୍ୟା କରିଥିଲେ। ଘଟଣା ଘଟିବା ପରେ ଶୁକଦେବ ଘରୁ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୁଲିସ୍ କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ଆଜି ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking