30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପତ୍ନୀର ଗୋଟିଏ ଫୋନ୍ କଲ୍ ଯୋଗୁଁ ସଙ୍କଟରୁ ବର୍ତ୍ତିଲେ ସ୍ୱାମୀ

ପତ୍ନୀର ଗୋଟିଏ ଫୋନ୍ କଲ୍ ଯୋଗୁଁ ସଙ୍କଟରୁ ବର୍ତ୍ତିଲେ ସ୍ୱାମୀ

ନୂଆଦିଲ୍ଲୀ :  ଭାରତ ସରକାର ଏପର୍ଯ୍ୟନ୍ତ ଆଫଗାନିସ୍ତାନରୁ ୩୦୦ରୁ ଅଧିକ ନାଗରିକଙ୍କୁ ଏୟାରଲିଫ୍ଟ କରି ଫେରାଇ ଆଣିଛନ୍ତି । ଏହା ଭିତରେ ଡେରାଡୁନ୍ ର ୪୯ ବର୍ଷିୟ ସଂଜୟ ଗୁରୁଙ୍ଗ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବତନ ଯବାନ ଗୁରୁଙ୍ଗ ଜୁଲାଇ ୧୫ ତାରିଖରେ ଦିଲ୍ଲୀରୁ କାବୁଲ ଯିବା ପାଇଁ ବାହାରି ସାରିଥିଲେ । ହେଲେ ଠିକ୍ ସେହି ସମୟରେ ତାଙ୍କ ପତ୍ନୀଙ୍କ ଫୋନ୍ କଲ୍ ଆସିଥିଲା । ସେ ସେହି ସମୟରେ ଟ୍ୟାକ୍ସିରେ ଯାଉଥିଲେ । ଫୋନ୍ କଲ୍ ରେ ପତ୍ନୀ କାବୁଲ ଯିବାକୁ ବାରଣ କରିଥିଲେ ଏବଂ ବହୂତ ଅନୁରୋଧ କରିଥିଲେ । ଗୁରୁଙ୍ଗ କହିଛନ୍ତି, “ମୁଁ ବର୍ତ୍ତମାନ ଆଫଗାନିସ୍ତାନରେ ଯାହା ଦେଖୁଛି ତାହା ଅନୁସରଣ କରି ମୁଁ ଭାବୁଛି ଯେ ଭଗବାନ ହିଁ ଥିଲେ ଯିଏ ମୋତେ ବିମାନବନ୍ଦରରେ ପ୍ରବେଶ କରିବା ପୂର୍ବରୁ ଶେଷ ମୁହୂର୍ତ୍ତରେ ପତ୍ନୀଙ୍କ ଫୋନ୍ କଲ୍ ଜରିଆରେ ରୋକି ଦେଇଥିଲେ ।

ଏଥିପାଇଁ ମୁଁ ଭଗବାନଙ୍କୁ ଯଥେଷ୍ଟ ଧନ୍ୟବାଦ ମଧ୍ୟ ଦେଇ ପାରିବି ନାହିଁ। ସେଏକା ନୂହେଁ ବରଂ ସେମାନେ ଟିମ୍ ହୋଇ କାବୁଲ ପାଇଁ ବାହାରିଥିଲେ । ତାଙ୍କ ପୂର୍ବରୁ ୧୧ ଜଣ ଆଗୁଆ କାବୁଲକୁ ପାଇଁ ବାହାରିସାରିଥିଲେ । ୧୫ ଜୁଲାଇ ଦିନ ତାଙ୍କର ଫ୍ଲାଇଟ୍ ଟିକେଟ୍ ବୁକ୍ ହୋଇଥିଲା । ହେଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପତ୍ନୀ ଆଫଗାନିସ୍ତାନରେ ଜାରି ରହିଥିବା ପରିସ୍ଥିତି ସମ୍ପର୍କରେ କହି ନଯିବା ପାଇଁ ଅନେକ ଅନୁରୋଧ କରିଥିଲେ ଓ ଫେରି ଆସିବାକୁ କହିଥିଲେ । ଭିଡିଓ କଲ୍ ରେ ବି ଅନୁରୋଧ କରିଥିଲେ ।

କେବଳ ସେ ନୁହନ୍ତି ତାଙ୍କ ମାଆ ମଧ୍ୟ ନଯିବା ପାଇଁ କହିଥିଲେ । ପ୍ରଥମେ ସେ ଏଥିରେ ଅମଙ୍ଗ ହୋଇଥିଲେ । କିନ୍ତୁ ପରେ ନଯିବା ପାଇଁ ନିଷ୍ପତି ନେଇଥିଲେ । ଏହାର କିଛି ଦିନ ପରେ ଆଫଗାନିସ୍ତାନର ପରିସ୍ଥିତି ଏକଦମ୍ ବିଗିଡି ଯାଇଥିଲା । ତାଙ୍କ ପରି ଲୋକମାନେ ଭାରତ ଫେରିବାକୁ ଗୁହାରି କରୁଥିବା ସେ ଦେଖିବାକୁ ପାଇଥିଲେ । ତେଣୁ ସେ ଭଗବାନଙ୍କୁ ଏଥିପାଇଁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking