20.1 C
Bhubaneswar
Wednesday, January 8, 2025
Homeଅପରାଧଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀ ସହ ଏପରି କରିଲା ସ୍ୱାମୀ....

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀ ସହ ଏପରି କରିଲା ସ୍ୱାମୀ….

ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ହାଇଦ୍ରାବାଦରେ ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ ସୂଚନା ଅନୁସାରେ, ମେ’ ୨୦ରେ ଏହି ଘଟଣା ଘଟିଥିଲା । ହେଲେ ୧୦ ଦିନ ପରେ ଏହା ଜଣାପଡ଼ିଥିଲା । ଯେତେବେଳେ ସମ୍ପୃକ୍ତ ବ୍ୟକ୍ତି ନିଜ ଅପରାଧ ସ୍ୱୀକାର କରିଥିଲା । ସୂଚନା ଅନୁଯାୟୀ, ୨୦ ବର୍ଷ ବୟସରେ ଅଭିଯୁକ୍ତ ଜଣକ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରୟାସ କରିଥିଲା । ଯିଏକି ମାସକ ପୂର୍ବେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ବ୍ୟକ୍ତି ଜଣକ ଶାରୀରିକ ସମ୍ପର୍କ ରଖିବା ସ୍ତ୍ରୀଙ୍କୁ କହିଥିଲା ।

ହେଲେ ସେ ମନା କରି ଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ସ୍ତ୍ରୀକୁ ହତ୍ୟା କରିଥିଲା । ହତ୍ୟା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମହିଳାଙ୍କ ବେକରେ କିଛି ନଖ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ଅପରାଧ ସ୍ୱୀକାର କରିବା ପରେ ପୋଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking