27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶସ୍ତ୍ରୀ ଓ ତା’ ପ୍ରେମିକକୁ ଲଣ୍ଡା କରି ଗାଁ ରାସ୍ତାରେ ଚଲାଇ ଚଲାଇ ନେଲା ସ୍ୱାମୀ

ସ୍ତ୍ରୀ ଓ ତା’ ପ୍ରେମିକକୁ ଲଣ୍ଡା କରି ଗାଁ ରାସ୍ତାରେ ଚଲାଇ ଚଲାଇ ନେଲା ସ୍ୱାମୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ଶ୍ରୀସତ୍ୟସାଇ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଓ ପୁରୁଷଙ୍କୁ ଲଣ୍ଡା କରି ଗାଁ ରାସ୍ତାରେ ଚଲାଇ ଚଲାଇ ନିଆଯାଇଛି । ଏହା ସହିତ ଉଭୟଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଯାଇଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ମହିଳା ଓ ପୁରୁଷଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ବେଳେ କେହି ବି ଗ୍ରାମବାସୀ ଏହାକୁ ବିରୋଧ କରି ନ ଥିଲେ । ଅଭିଯୋଗ ମୁତାବକ, ପୀଡ଼ିତ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା । ପୀଡ଼ିତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି ।

ଦୁଇ ଜଣଙ୍କୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଦଣ୍ଡ ଦିଆଯାଇଥିବା ଶାଶୁଘର ଲୋକେ କହିଛନ୍ତି । ସ୍ୱାମୀ ଅଭିଯୋଗ କରିଛି ଯେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଜଣେ ପୁରୁଷ ସହ ଦୀର୍ଘଦିନ ଧରି ଅବୈଧ ସମ୍ପର୍କ ରହିଥିଲା । ଗତକାଲି ଉଭୟଙ୍କୁ ସେ କାବୁ କରିନେଇଥିଲେ ଏବଂ ନିଜେ ହିଁ ଦୁହିଁଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏଭଳି ଅମାନବୀୟ କାଣ୍ଡ ଘଟୁଥିବା ବେଳେ ଗ୍ରାମବାସୀ ଦେଖଣାହାରୀ ସାଜିଥିଲେ । ପରେ ପୀଡ଼ିତ ମହିଳା ଓ ପୁରୁଷ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣା ବେଳର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking