30.1 C
Bhubaneswar
Sunday, June 16, 2024
Homeଅପରାଧଆଶ୍ରୟ ଗୃହରେ ନାବାଳିକା ସହ ଦୁଷ୍କର୍ମ

ଆଶ୍ରୟ ଗୃହରେ ନାବାଳିକା ସହ ଦୁଷ୍କର୍ମ

ନୂଆଦିଲ୍ଲୀ: ଏକ ଆଶ୍ରୟ ଗୃହରେ ନାବାଳିକାଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ, ମହିଳା ହେଲ୍ପଲାଇନରେ କମିଶନ ଏକ କଲ ପାଇଥିଲେ, ଯାହା ବିଷୟରେ କମିଶନ ତୁରନ୍ତ ଦିଲ୍ଲୀ ପୋଲିସକୁ ଜଣାଇଥିଲେ ଏବଂ ଏକ ଟିମ୍ ପୀଡିତା ବାଳିକାଙ୍କୁ ଭେଟିଥିଲେ । ଏ ବାବଦରେ ଡିସିଡବ୍ଲ୍ୟୁ ଦିଲ୍ଲୀ ପୋଲିସକୁ ଏଫଆଇଆର କପି ସହିତ ଗିରଫ ସମ୍ପର୍କରେ ସୂଚନା ମାଗିଛି । ବାସ୍ତବରେ ନାବାଳିକା ଜଣକ ତାଙ୍କ ମା’ଙ୍କ ମୃତ୍ୟୁ ଏବଂ ବାପାଙ୍କ ଦ୍ୱିତୀୟ ବିବାହ ପରେ କିଛି ବର୍ଷ ଧରି ଆଶ୍ରୟ ଗୃହରେ ରହୁଥିଲେ । ସେ କହିଥିଲେ ଯେ, ଅଗଷ୍ଟ ୩୧ ରେ ଯେତେବେଳେ ସେ ୱାଶରୁମକୁ ଯାଇଥିଲେ, ଆଶ୍ରୟ ଗୃହରେ ରହୁଥିବା ଜଣେ ବଡ ବାଳକ ତାଙ୍କୁ ବଳାତ୍କାର କରିଥିଲା ।

ସେ କହିଛନ୍ତି ଯେ, ସେ ଏହି ସୂଚନା ଆଶ୍ରୟ ଗୃହର ପରିଚାଳକଙ୍କୁ ଦେଇଛନ୍ତି, କିନ୍ତୁ ସେ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଡିସିଡବ୍ଲୁ ମୁଖ୍ୟ ସ୍ୱାତୀ ମାଲିୱାଲ କହିଛନ୍ତି, “ଏକ ଆଶ୍ରୟ ଗୃହରେ ବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । ଆମ ଟିମ ତୁରନ୍ତ ପୀଡିତାଙ୍କୁ ଭେଟି ଏହି ମାମଲାରେ ଏଫ୍‌ଆଇଆର୍ ପଞ୍ଜିକରଣ କରିବାରେ ସାହାଯ୍ୟ କରିଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ଉଚିତ୍ । ଏହି ପ୍ରସଙ୍ଗରେ ଆଶ୍ରୟ ଗୃହ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking