19.1 C
Bhubaneswar
Saturday, December 28, 2024
Homeଅପରାଧପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ, କାରଣ କ’ଣ ଜାଣନ୍ତୁ....

ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ, କାରଣ କ’ଣ ଜାଣନ୍ତୁ….

ଲକ୍ଷ୍ନୌ: ଦ୍ୱିତୀୟ ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ଉତ୍ତରପ୍ରଦେଶର ଆମ୍ରୋହାରେ ଜଣେ ଯୁବକ ଏଭଳି ଅପରାଧ କରିଥିବା ଜଣାପଡ଼ିଛି । ଅପରାଧକୁ ଲୁଚାଇବା ପାଇଁ ଅଭିଯୁକ୍ତ ସ୍ୱାମୀ ମୃତଦେହକୁ ଏକ ଅଖା ଭିତରେ ଭର୍ତ୍ତି କରି ମୁରାଦାବାଦର ଜଙ୍ଗଲରେ ଫିଙ୍ଗିଦେଇଥିଲା । କେବଳ ଏତିକି ନୁହେଁ ଅଭିଯୁକ୍ତ ଆମ୍ରୋହାର ନଗର ପୁଲିସ ଷ୍ଟେସନରେ ପତ୍ନୀଙ୍କ ନିଖୋଜ ଅଭିଯୋଗ ମଧ୍ୟ ଦାଖଲ କରିଥିଲା । ପରେ ଅଜଣା ମୃତଦେହ ମିଳିବାରୁ ତଦନ୍ତ କରି ମୁରାଦାବାଦ ପୁଲିସ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା । ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଅଧିକ ସୂଚନା ପାଇଁ ପଚରାଉଚରା କରୁଥିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରସ୍ତୁତ ହେଉଛି ।

ସୂଚନା ଅନୁଯାୟୀ, ଅମ୍ରୋହା ନଗର କୋତୱାଲୀ ଅଞ୍ଚଳରେ ରହୁଥିବା ଜାଭେଦ୍ (ଛଦ୍ମନାମ) ଡିସେମ୍ବର ୫ତାରିଖ ଦିନ ରାତିରେ ତାଙ୍କ ପତ୍ନୀ ଶବାନାଙ୍କ (ଛଦ୍ମନାମ) ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । କିଛି ସମୟ ପରେ, ଜାଭେଦ୍ ଯେତେବେଳେ ପୁନର୍ବାର ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ, ପତ୍ନୀ ମନା କରିଦେଇଥିଲେ । ଯେତେବେଳେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା, ସେତେବେଳେ ରାଗରେ ଜାଭେଦ୍ ନିଜ ପତ୍ନୀଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ । ଏହା ପରେ ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଜାଭେଦ ମୁରାଦାବାଦ ଜିଲ୍ଲାରେ ଥିବା ରତୁପୁରା ଗାଁର ଜଙ୍ଗଲ କଡ଼ ରାସ୍ତାରେ ଫିଙ୍ଗି ଦେଇଥିଲେ । ମୃତଦେହ ଫିଙ୍ଗିବା ପରେ ଜାଭେଦ ଧରାନପଡ଼ିବା ପାଇଁ ପୁଲିସ ଷ୍ଟେସନ ଯାଇ ପତ୍ନୀ ନିଖୋଜ ଥିବା ନେଇ ଏତଲା ଦେଇଥିଲେ । ଏତଲା ପାଇ ତଦନ୍ତ କରିବା ପରେ ଶବାନାଙ୍କ ମୃତଦେହ ପୁଲିସକୁ ମିଳିଥିଲା । ଏନେଇ ଜାଭେଦଙ୍କୁ ଡକାଇ ପୁଲିସ ପଚରାଉଚରା କରିବାରୁ ସେ ସବୁ ସତ ମାନି ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking