27.1 C
Bhubaneswar
Saturday, October 19, 2024
Homeଓଡିଶାହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ । ଅଧୀକ୍ଷଙ୍କ ହସ୍ତକ୍ଷେପ ପରେ ବି ତୁଟିଲାନି ବିବାଦ । ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନରେ ବସିଛି ହାଉସ ସର୍ଜନ ସଂଘ । ତେବେ କଟକ ମେଡିକାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ମଧ୍ୟରେ ବିବାଦ ଏବେ ତେଜିବାକୁ ଆରମ୍ଭ କରିଚି । କେବଳ ଜରୁରୀକାଳୀନ ବିଭାଗକୁ ଛାଡ଼ି ଦେଲେ ଇନ୍ ଡୋର ଓ ଆଉଟଡୋର୍‌ ସବୁଠି ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସେପଟେ ମଙ୍ଗଳବାର ଶତାଧିକ ନର୍ସିଂ ଷ୍ଟାଫ୍ ଓ ଜୁନିଅର ଡ଼ାକ୍ତର ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଏହାପରେ ଆଜି ଆନ୍ଦୋଳନଙ୍କୁ ଓହ୍ଲାଇଛି ହାଉସ ସର୍ଜନ ସଂଘ । ସୂଚନା ଯୋଗ୍ୟ ଯେ,ରବିବାର ସଂଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ କଥା କଟାକଟି ହୋଇଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସମାନେ ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେପଟେ ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିଅର୍ ଡାକ୍ତର। ସେପଟେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking