ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ସୁଇଡିହି ପଞ୍ଚାୟତ ଅନ୍ତର୍ଗତ ସୋନାପର୍ବତରେ ରହିଛି ବିସ୍ଫୋରକ ତିଆରି କାରଖାନା ଆଇଡିଏଲ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍। ତେବେ କାରଖାନା ଆଖପାଖରେ ଥିବା ଖରୁଆଟୋଲା, ଅସୁରଛାପାଲ, ବଡ଼ ସୋନାପର୍ବତ, ସାନ ସୋନାପର୍ବତ, ନବକୃଷ୍ଣ ନଗର, ଗୋପବନ୍ଧୁ ନଗର, ଭଞ୍ଜକଲୋନି ଆଦି ଗାଁର ହଜାରହଜାର ଲୋକଙ୍କ ପାଇଁ ଏହି କାରଖାନା ପାଲଟିଛି ଚିନ୍ତାର କାରଣ। ଶିଳ୍ପର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବିକାଶ ହେବ ବୋଲି କହାଯାଏ। ହେଲେ ବହୁବର୍ଷ ଧରି ଏଠାରେ ରହିଥିବା ଆଇଡିଏଲ୍ କାରଖାନା ଅଞ୍ଚଳବାସୀଙ୍କ ବିକାଶ କମ୍, ବିନାଶ ଅଧିକ କରିଛି। ଏହି କାରଖାନା ନିର୍ମାଣବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ, ଆର୍ଥିକ ସ୍ଥିତି ସୁଧୁରିବ, ଅଞ୍ଚଳର ବିକାଶ ହେବ ବୋଲି ଲୋକେ ଆଶା ବାନ୍ଧିଥିଲେ। ହେଲେ ତାହା ଏହା ସାତ ସପନ ପାଲଟିଛି।