32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଆଜିଠାରୁ ପବିତ୍ର ହଜ୍‌ ଯାତ୍ରା ଆରମ୍ଭ

ଆଜିଠାରୁ ପବିତ୍ର ହଜ୍‌ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : ଆଜି ମୁସଲମାନ୍‌ ଭାଇ-ଭଉଣୀଙ୍କର ପବିତ୍ର ହଜ୍‌ ଯାତ୍ରା ଆରମ୍ଭ । ଏହି ଧାର୍ମିକ ଯାତ୍ରା ଆସନ୍ତା ୧୯ ତାରିଖ ଯାଏଁ ଜାରି ରହିବ। ବିଶ୍ବାସ କରାଯାଏ ଯେ, ଶାରୀରିକ ଓ ଆର୍ଥିକ ରୂପେ ସକ୍ଷମ ପ୍ରତ୍ୟେକ ମୁସଲିମ ବ୍ୟକ୍ତି ଜୀବନରେ ଥରଟିଏ ହଜ୍‌ ଯାତ୍ରା କରିବା ଉଚିତ୍‌। ଏହି ଯାତ୍ରା ଆଲ୍ଲାହଙ୍କ ନିକଟତର ହେବା ପାଇଁ ଏକ ବଡ଼ ମାଧ୍ୟମ ବୋଲି ମଧ୍ୟ କୁହାଯାଇଥାଏ। ହଜ୍‌ ଯାତ୍ରାକୁ ଇସ୍‌ଲାମର ୫ ମୁଖ୍ୟ ସ୍ତମ୍ଭରେ ସାମିଲ କରାଯାଇଛି। ଅଲ୍ଲାହଙ୍କ ଅନୁଗାମୀ ପେଗମ୍ବର ମହମ୍ମଦ ମଧ୍ୟ ହଜ୍‌ ଯାତ୍ରା କରିଥିଲେ। ହଜ୍‌ କରୁଥିବା ଲୋକଙ୍କୁ ହାଜୀ କୁହାଯାଇଥାଏ। ଏଥି ସହିତ ହଜ୍‌ ଯାତ୍ରା ସମୟରେ କିଛି ନିୟମ ପାଳନ କରିବାକୁ ପଡ଼ିଥାଏ। ପୁରୁଷମାନେ ପାଦରେ ପ୍ରଥମେ ହାଜୀ ଇହରାମ ବାନ୍ଧନ୍ତି। ଏହା ଏକ ଧଳା କପଡ଼ା, ଯାହାକୁ ପିନ୍ଧିବାକୁ ବାଧ୍ୟ ହୋଇଥାଏ। ଅନ୍ୟପଟରେ ମହିଳାମାନେ ହିଜାବ (ବୁର୍ଖା) ନିୟମ ପାଳନ କରିବାକୁ କୌଣସି ସାଦା କପଡ଼ା ପିନ୍ଧି ପାରିବେ।
ହଜ୍‌ ଯାତ୍ରାରେ ହାଜୀମାନଙ୍କୁ ମୀନା ସହର ଯିବାକୁ ହୋଇଥାଏ। ମୀନାରେ ଏକାଠି ହୋଇ ରାତିରେ ନମାଜ ପାଠ କରିବାକୁ ପଡ଼ିଥାଏ। ହଜ୍‌ ଯାତ୍ରା ପୂରା କରି ମକ୍କାରୁ ଫେରିବା ପୂର୍ବରୁ ସମସ୍ତ ହାଜୀମାନଙ୍କୁ ପରିକ୍ରମା କରିବାର ନିୟମ ରହିଛି। ଏହି ଯାତ୍ରାର ଅନ୍ତିମ ଦିନକୁ ଇଦ୍‌-ଉଲ୍‌-ଜୁହା କୁହାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking