27.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶହାମାସରୁ ଆସିଲା ଛାତିଥରା ଭିଡିଓ ଯାହାକୁ ଦେଖିଲେ ଆଖିରେ ରହିବନି ଲୁହ

ହାମାସରୁ ଆସିଲା ଛାତିଥରା ଭିଡିଓ ଯାହାକୁ ଦେଖିଲେ ଆଖିରେ ରହିବନି ଲୁହ

ବ୍ୟୁରୋ : ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ୍ ମରୁଭୂମିରେ ଏକ ସଙ୍ଗୀତ ମହୋତ୍ସବରେ ହାମାସ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ହତ୍ୟାକାଣ୍ଡର ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ହାମାସ ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ସମୟରେ ସୁଟିଂ ହୋଇଥିବା ଏହି ଭିଡିଓରେ ଦର୍ଶାଯାଇଛି ଯେ ସକାଳ ସମୟରେ ନାଚୁଥିବା ଯୁବକମାନଙ୍କର ମୃତଦେହ ସବୁ ବିଭିନ୍ନ ସ୍ଥାନରେ ଛିନ୍ନବିଛିନ୍ନ ହୋଇ ପଡିରହିଛି । ଇସ୍ରାଏଲ ଅଧିକାରୀଙ୍କ କହିବାନୁସାରେ, ସୁପରନୋଭା ଟ୍ରାନ୍ସ ମ୍ୟୁଜିକ୍ ଫେଷ୍ଟିଭାଲରେ ଅତି କମରେ ୨୬୦ ଜଣଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନେକଙ୍କୁ ଅପହରଣ ମଧ୍ୟ କରାଯାଇଥିଲା | ଏହି ଉତ୍ସବ ୨୯ ସେପ୍ଟେମ୍ବର ୨୦୨୩ ରୁ ୬ ଅକ୍ଟୋବର ୨୦୨୩ ପର୍ୟ୍ୟନ୍ତ ପାଳନ କରାଯାଉଥିବା ବେଳେ ସୁକୋଟ ମଧ୍ୟ ଏକ ସପ୍ତାହ ଧରି ଚାଲିଥିଲା ଯାହା ଯିହୁଦୀ ଛୁଟିଦିନ ସହିତ ସମକକ୍ଷ ଥିଲା | ସୁକୋଟ ସମୟରେ ଫସଲକୁ ଅମଳ କରଯାଏ ଏବଂ ଇଜିପ୍ଟରୁ ବିଦାୟ ନେବା ସମୟରେ ଇସ୍ରାଏଲ ସନ୍ତାନମାନଙ୍କୁ ଦିଆଯାଇଥିବା ଅଲୌକିକ ସୁରକ୍ଷାକୁ ସ୍ମରଣ କରିବାର ସମୟ ହୋଇଥାଏ ।”ଏକତା ଏବଂ ପ୍ରେମର ଯାତ୍ରା” ଭାବରେ ବର୍ଣ୍ଣିତ ସୁପରନୋଭା ସଂଗୀତ ମହୋତ୍ସବ, ଇସ୍ରାଏଲର ସୁକୋଟ ଧାର୍ମିକ ପର୍ବ ସମାପ୍ତ ହେବା ପରେ ଶୁକ୍ରବାର ଦିନ ରାତି ପ୍ରାୟ ୧୦ ଟାରୁ ଆରମ୍ଭ ହୋଇଥିଲା |

ବନ୍ଧୁକଧାରୀମାନେ ଶନିବାର ସକାଳେ ଗାଜାର ସୀମା ବାଡ ଭାଙ୍ଗିଥିଲେ ଓ ସେଠାରେ ଆତଙ୍କୀ ଖେଳାଇଦେଇଥିଲା । ଏହି ଆତଙ୍କବାଦୀମାନେ ପ୍ରାୟ ୩୫୦୦ ଇସ୍ରାଏଲ ଯୁବକକୁ ଟାର୍ଗେଟ କରିଥିଲେ, ଯେଉଁମାନେ ରାତିରେ ଇଲେକ୍ଟ୍ରୋନିକ୍ ସଙ୍ଗୀତ ପାଇଁ ଏକାଠି ହୋଇଥିଲେ, ସେମାନଙ୍କ ମଧ୍ୟରୁ କିଛି ଉପସ୍ଥିତ ବ୍ୟକ୍ତି ମଦ୍ୟପାନ କିମ୍ବା ଡ୍ରଗ୍ସ ସେବନ କରିଥିଲେ ଯାହା ସାହାଯ୍ୟରେ ସେମାନଙ୍କର ଦ୍ୱନ୍ଦ୍ୱ ଏବଂ ଭୟକୁ ଦୁରେଇ ଦେଇଥିଲେ |ଅଚାନକ ସେଠାରେ ରକେଟ ବର୍ଷା ହୋଇଥିଲା ଉତ୍ସବରେ ଥିବା ଯାତ୍ରୀମାନେ ଏହାର ଖବର ଦେଇଥିଲେ | ଆତଙ୍କବାଦୀମାନେ ଏହି ସ୍ଥାନକୁ ଓହ୍ଲାଇଥିବାବେଳେ ଅନ୍ୟ କିଛି ବ୍ୟକ୍ତି ମାନେ ନିଜକୁ ବଞ୍ଚାଇବାକୁ ବୋମା ଆଶ୍ରୟସ୍ଥଳୀ ନିକଟରେ ଲୁଚିଯାଇଥିଲେ । ଆକ୍ରମଣକାରୀମାନେ ଗାଡିରେ ଏବଂ ମୋଟରସାଇକେଲରେ ପହଞ୍ଚି ଥିଲେ ଓ ନିଜ ଦେହରେ ଅସ୍ତ୍ରଶସ୍ତ୍ର ଯଥା ଏକେ-୪୭ , ରାଇଫଲ ଏବଂ ରକେଟ୍ ଚାଳିତ ଗ୍ରେନେଡ୍ ସହିତ ଅତ୍ୟଧିକ ଅସ୍ତ୍ରଶସ୍ତ୍ର ସଜ୍ଜିତ କରି ରଖିଥିଲେ । ପରେ ଅତର୍କିତ ଭାବରେ ବୋମା ବର୍ଷା କରିଥିଲେ ଏହି ଆଶ୍ଚର୍ଯ୍ୟଜନକ ଘଟଣାରେ ଅତି କମରେ ୨୬୦ ଜଣ ଆହତ ହୋଇଛନ୍ତି ଆଉ ମଧ୍ୟ କେତେକ ଲୋକ ମୃତ୍ୟୁ ଓ ଅପହରଣର ଶିକାର ହୋଇଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking