26.1 C
Bhubaneswar
Tuesday, September 17, 2024
Homeଓଡିଶାସରକାର ଶୁଣିଲେନି, ଗାଁ ଲୋକଙ୍କ ପାଇଁ ପୋଲ କରିଦେଲେ ଆଦିବାସୀ ଯୁବକ

ସରକାର ଶୁଣିଲେନି, ଗାଁ ଲୋକଙ୍କ ପାଇଁ ପୋଲ କରିଦେଲେ ଆଦିବାସୀ ଯୁବକ

କନ୍ଧମାଳ : ଗାଁ ଲୋକଙ୍କ ସୁବିଧାରେ ଯାତାୟତ ପାଇଁ ନଦୀ ଉପରେ ପୋଲ ତିଆରି କରିଦେଲେ ଆଦିବାସୀ ଯୁବକ। ବିଡିଓଙ୍କ ଠାରୁ ଜିଲ୍ଲାପାଳ, ବିଧାୟକଙ୍କ ଠାରୁ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯାତାୟତ ଅସୁବିଧା ନେଇ ପ୍ରତିଦିନ ସମ୍ମୁଖୀନ ହେବାକୁ ପଡ଼ୁଥିବା ସମସ୍ୟ ନେଇ ଅଭିଯୋଗ ଜଣାଇବେ ସତ୍ତ୍ୱେ କେହିବି ସମାଧାନ କଲେନି। ସରକାର ମଧ୍ୟ ନିରାଶ କଲେ। ତେଣୁ ନିଜ ଗାଁର ସୁବିଧା ପାଇଁ ସଞ୍ଚିତ କରିଥିବା ଟଙ୍କାକୁ ବିନିଯୋଗ କରି ଏକ କାଠ ପୋଲ କରିବାରେ ସଫଳ ହୋଇଛି ଆଦିବାସୀ ମୁଲକର ପାଠପଢ଼ି ନଥିବା ଡଗିଶା ମଳିକ। କନ୍ଧମାଳ ଜିଲ୍ଲା ବିନ୍ଦୁପଦର ଗାଁର ଡଗିଶାଙ୍କ ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଏହି ଗାଁରେ ପଚାଶରୁ ଅଧିକ ପରିବାର ବାସ କରନ୍ତି। ଜଙ୍ଗଲ, ପାହାଡ଼ ଘେରା ଏହି ଅଞ୍ଚଳରେ ବର୍ଷକ ଅଧିକାଂଶ ସମୟ ଲୋକଙ୍କୁ ଝଡ଼ବର୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ଷା ଯୋଗୁ ନଦୀରେ ପାଣି ଆସିଥାଏ। ତେଣୁ ଲୋକଙ୍କୁ ନଦୀ ପାର ହୋଇ କାମକାର୍ଯ୍ୟରେ ଯିବା ନିମନ୍ତେ ହିନସ୍ତା ହେବାକୁ ପଡ଼େ। ପିଲାମାନଙ୍କ ପାଠପଢ଼ିବାକୁ ଯିବାରେ ଅସୁବିଧା ହୁଏ, ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିବା ନିମନ୍ତେ ହଇରାଣ ହୁଅନ୍ତି। ଏହି ସମସ୍ୟା ନେଇ ଲୋକେ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଜଣାଇ ସରକାରୀ ପାଣ୍ଠି ବିନିଯୋଗରେ ଏକ ସବୁଦିନିଆ କଂକ୍ରିଟ ପୋଲ ନିର୍ମାଣ କରିବାକୁ ବାରମ୍ୱାର ନିବେଦନ କରିଆସୁଛନ୍ତି। ହେଲେ ସେମାନଙ୍କ ଏହି ଦାବି ପ୍ରତି ସରକାର, ସରକାରୀ ଅଧିକାରୀ ଓ ଜନପ୍ରତିନିଧି ଦାୟିତ୍ୱହୀନତା ଦେଖାଇ ଚାଲିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking