20.1 C
Bhubaneswar
Monday, December 23, 2024
Homeଦେଶ ବିଦେଶ୨୧୩ ଛାତ୍ରଙ୍କୁ ନେଇ ପହଞ୍ଚଥିଲା ଗ୍ଲୋବ୍‌ମାଷ୍ଟର୍‌

୨୧୩ ଛାତ୍ରଙ୍କୁ ନେଇ ପହଞ୍ଚଥିଲା ଗ୍ଲୋବ୍‌ମାଷ୍ଟର୍‌

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ୍‌ମାଷ୍ଟର୍ ଫ୍ଲାଇଟ୍ ଯୋଗେ ୟୁକ୍ରେନ୍‌ର ଯୁଦ୍ଧଗ୍ରସ୍ତ ସୁମିରେ ଫସିଥିବାରୁ ୨୧୩ ଭାରତୀୟ ଛାତ୍ର ପୋଲାଣ୍ଡର ରୋଜ୍‌ଜୋରୁ ଆସି ଗାଜିଆବାଦ୍‌ର ହିଡନ୍ ଏୟାର୍‌ବେସ୍ ଶୁକ୍ରବାର ଅପରାହ୍ଣରେ ପହଞ୍ଚିଛି । ଏୟାର୍‌ବେସ୍‌ରେ କେନ୍ଦ୍ରୀୟ ମନ୍ତ୍ରୀ କେପି ଗୁର୍ଜର ଉପସ୍ଥିତ ରହି ଛାତ୍ରମାନଙ୍କୁ ସ୍ୱାଗତ କରିଥିଲେ । ଏହା ପୂର୍ବରୁ ଏୟାର୍ ଇଣ୍ଡିଆ ଓ ଇଣ୍ଡିଗୋର ଦୁଇଟି ପ୍ଲାଇଟ୍ ଯୋଗେ ସୁମିରେ ଫସିଥିବା ପ୍ରାୟ ୪୦୦ ଛାତ୍ର ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ପହଞ୍ଚିଥିଲେ । ଫଳରେ ନିକଟରେ ସୁମିରୁ ସ୍ଥାନାନ୍ତର ହୋଇଥିବା ୬୦୦ ଛାତ୍ର ଦିଲ୍ଲୀରେ ପହଞ୍ଚିସାରିଛନ୍ତି । ଯୁଦ୍ଧ ଘନଘଟା ମଧ୍ୟରେ ୟୁକ୍ରେନ୍‌ର ବିଭିନ୍ନ ସହରରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତରଣରେ ସହଯୋଗ କରିଥିବାରୁ ୟୁକ୍ରେନ୍‌, ରୁଷ ଓ ରେଡ୍‌କ୍ରସ୍ ସଂସ୍ଥାକୁ ଭାରତ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ୟୁକ୍ରେନ୍‌ର ଉତ୍ତର-ପୂର୍ବ ସହର ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ସ୍ଥାନାନ୍ତରଣ ସବୁଠୁ ଆହ୍ୱାନପୂର୍ଣ୍ଣ ଥିଲା ।

ଅନ୍ୟପକ୍ଷରେ ବର୍ତ୍ତମାନ କୌଣସି ସୁରକ୍ଷା ଚିନ୍ତା ନଥିବାରୁ ରୁଷ୍‌ରେ ଥିବା ଭାରତୀୟ ଛାତ୍ର ସ୍ୱଦେଶ ଫେରିବାର ଆବଶ୍ୟକତା ନାହିଁ ବୋଲି ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ତେବେ ରୁଷୀୟ ବ୍ୟାଙ୍କିଙ୍ଗ୍ ସେବା ସହିତ ଭାରତକୁ ସିଧା ଫ୍ଲାଇଟ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଥିରେ ଯଦି ଭାରତୀୟ ଛାତ୍ର ଚିନ୍ତିତ ଅଛନ୍ତି, ତେବେ ସେମାନେ ସ୍ୱଦେଶ ଫେରିପାରିବେ । ଏ ନେଇ ଦୂତାବାସ ପକ୍ଷରୁ ରୁଷ୍‌ରେ ପଢ଼ୁଥିବା ଛାତ୍ରଙ୍କ ପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଦୂତାବାସ ପକ୍ଷରୁ କୁହାଯାଇଛି, ରୁଷ୍‌ର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ମେସେଜ୍ କରି ସେଠାରେ ରହିବା ନେଇ ପରାମର୍ଶ ଲୋଡ଼ୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ରୁଷ୍‌ରେ କୌଣସି ସୁରକ୍ଷା ଚିନ୍ତା ନଥିବା ସେଠାକାର ସମସ୍ତ ଭାରତୀୟ ଛାତ୍ରଙ୍କୁ ଦୂତାବାସ ପକ୍ଷରୁ ସୁନିଶ୍ଚିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking