22.1 C
Bhubaneswar
Tuesday, December 24, 2024
Homeଦେଶ ବିଦେଶମା’ର ଗଳିତ ମୃତଦେହ ସହ ଗୋଟିଏ କୋଠରୀରେ ରହୁଥିଲା ଝିଅ

ମା’ର ଗଳିତ ମୃତଦେହ ସହ ଗୋଟିଏ କୋଠରୀରେ ରହୁଥିଲା ଝିଅ

ପଶ୍ଚିମବଙ୍ଗ: ବୃଦ୍ଧାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ନହୋଇପାରି କଠୋରୀରେ ପଡି ରହିଥିଲା ମୃତଦେହ । ମୃତଦେହ ସହ ଏକାଧିକ ଦିନ ଉକ୍ତ କୋଠରୀରେ ଥିଲେ ମୃତ ବୃଦ୍ଧାଙ୍କ ମାନସିକ ଭିନ୍ନକ୍ଷମ ଝିଅ । ମୃତଦେହ ଗଳିତ ଅବସ୍ଥାରେ ଦୁର୍ଗନ୍ଧ ହେବା ପରେ ପ଼ଡୋଶୀ ଏସମ୍ପର୍କରେ ସନ୍ଦେହ କରିଥିଲେ । ପରେ କଠୋରୀରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଥିବା ଜଣାପଡିଥିଲା । ଗଳିତ ମୃତଦେହ ସହ ଗତ କିଛି ଦିନ ହେବ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀ ମଧ୍ୟ ରହିଆସୁଥିବା ଜଣାପଡିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ କୋଲକାତା ସହରର ଏକ ବ୍ୟସ୍ତବହୁଳ ସ୍ଥାନରେ ଦେଖିବାକୁ ମିଳିଛି ।

କୋଲକାତାର ବେଲଘାଟ ରୟ ଲେନର ୱାର୍ଡ ନମ୍ବର ୪ ରେ ଏହି ପରିବାର ରହୁଥିଲେ । ଜଣେ ବୃଦ୍ଧାଙ୍କ ସହ ତାଙ୍କର ଜଣେ ଝିଅ ରହୁଥିଲେ । ଯୁବତୀଜଣଙ୍କ ମାନସିକ ବିକାରଗ୍ରସ୍ତ ଥିଲେ । ଗତ କିଛି ଦିନ ତଳେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏସମ୍ପର୍କରେ ଝିଅ କାହାକୁ କହିନଥିଲେ କିମ୍ବା ମୃତଦେହ ସତ୍କାର ହୋଇପାରିନଥିଲା । ଫଳରେ ଏକାଧିକ ଦିନ ମୃତଦେହ ପଡିରହି ଗଳିତ ମୃତଦହେରେ ପରିଣତ ହୋଇଥିଲା । ଦୁର୍ଗନ୍ଧ ହେବା ପରେ ପଡୋଶୀଙ୍କୁ ସନ୍ଦେହ ହେବା ପରେ ସେମାନେ ଘର ଭିତରେ ଏକ ମୃତଦେହ ଥିବା ଜାଣବାକୁ ପାଇଥିଲେ । ମୃତଦେହ ସହିତ ମୃତ ମହିଳାଙ୍କ ମାନସିକ ଭିନ୍ନକ୍ଷମ ଝିଅ ମଧ୍ୟ ରହିଆସୁଥିବା କଥା ଜଣାପଡିଥିଲା । ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ସେ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି । ଯୁବତୀଙ୍କ ଠାରୁ ଏସବୁ ଜଣାପଡିବା ପରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking