22.1 C
Bhubaneswar
Thursday, January 9, 2025
Homeଅପରାଧଜୀବନ ହାରିଲେ ଝିଅ; ଶ୍ୱଶୁର ଘରେ ନିଆଁ ଲଗାଇଲେ ବାପଘର, ଜଳିଗଲେ ଶାଶୁ-ଶ୍ୱଶୁର

ଜୀବନ ହାରିଲେ ଝିଅ; ଶ୍ୱଶୁର ଘରେ ନିଆଁ ଲଗାଇଲେ ବାପଘର, ଜଳିଗଲେ ଶାଶୁ-ଶ୍ୱଶୁର

ପ୍ରୟାଗରାଜ: କଥାରେ ଅଛି, ଝିଅ ଜନମ ପର ଘରକୁ । ଏନେଇ ବାପା ମାଆ ମଧ୍ୟ ନିଜ ଝିଅର ବାହାଘର ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ଝିଅ ବାହା ହେବ, ସୁଖ ଶାନ୍ତିରେ ରହିବ ଏଭଳି ଅନେକ ସ୍ନପ୍ନର ସହ ଝିଅର ବାହାଘରରେ କୌଣସି ପ୍ରକାର ଜିନିଷ କମ କରନ୍ତି ନାହିଁ । ଠିକ୍ ସେହିପରି କିଛି ସ୍ୱପ୍ନ ଦେଖିଥିଲେ ଅଂଶିକାଙ୍କ ବାପାମାଆ, ହେଲେ ସେହି ସ୍ୱପ୍ନ ଏବେ ଅଧାରେ ହିଁ ରହିଗଲା । ବିବାହର କିଛି ଦିନ ପରେ ଶାଶୁ ଘରେ ଜୀବନ ହାରିଛନ୍ତି ନବବିବାହିତା । ଆଉ କଥା ଶୁଣି ଦୁଃଖରେ ଭାଙ୍ଗିପଡିଥିବା ଝିଅର ବାପା ମାଆ ଏମିତି କିଛି କରିଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଛୋଟରୁ ବଡ କରିଥିବା ଝିଅର ମୃତ୍ୟୁକୁ ସହି ନ ପାରି ଘଟଣାରେ ବାପଘର ଲୋକେ ଝିଅର ଶ୍ୱଶୁର ଘରେ ନିଆଁ ଲଗାଇଥିଲେ । ଫଳରେ ଶାଶୁ ଶଶୁର ଜୀଅଁନ୍ତା ଜଳିଯାଇଥିବା ଜଣାପଡିଛି ।

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଧୁମଙ୍ଗଞ୍ଜ ଅଞ୍ଚଳର ଅଂଶିକା ଗତ ଫେବୃଆରୀ ମାସରେ ପ୍ରୟାଗରାଜ ମୁଠିଗଞ୍ଜ ପୋଲିସ ଷ୍ଟେସନ ପରିସରରେ ରହୁଥିବା ଅନସୁ କେଶରୱାନୀଙ୍କୁ ବିବାହ କରିଥିଲେ । ହେଲେ ଗତ ସୋମବାର (ଫେବୃଆରୀ ୧୮) ରାତିରେ ଅନସୁଙ୍କ ପରିବାର ତାଙ୍କ ପତ୍ନୀ ଅଂଶିକାଙ୍କ ପରିବାରକୁ ଡାକି ସୂଚନା ଦେଇଥିଲେ ଯେ ସେ ଅପରାହ୍ନ ୩ ଟାରୁ ତାଙ୍କ ଝିଅ ରୁମର କବାଟ ବନ୍ଦ କରିଦେଇଛି । ଏହା ପରେ ବାପଘର ଲୋକେ ଅଂଶିକାଙ୍କ ଶାଶୁ ଘରେ ପହଞ୍ଚି ଦେଖିବା ବେଳକୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ଏହା ପରେ ଅଭିଭାବକମାନେ ନିଜ ଝିଅକୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରି ଉତ୍ତେଜନା ଆରମ୍ଭ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ପରେ ଘଟଣାରେ ଉତ୍ୟକ୍ତ ହୋଇ ଅଂଶିକାଙ୍କ ପରିବାର ଲୋକେ ତାଙ୍କ ଶାଶୁ ଘରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଫଳରେ ସେହି ନିଆଁରେ ଶାଶୁ-ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟରେ ସେ ଘରୁ ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଶାଶୁ ଓ ଶ୍ୱଶୁରଙ୍କ ଜ୍ୱଳନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking