23.1 C
Bhubaneswar
Sunday, December 8, 2024
Homeଦେଶ ବିଦେଶପ୍ରେମରେ ଫାଟକ ସାଜିବାରୁ  ମା’ର ଗଳା କାଟିଲା ଝିଅ  

ପ୍ରେମରେ ଫାଟକ ସାଜିବାରୁ  ମା’ର ଗଳା କାଟିଲା ଝିଅ  

ବ୍ୟୁରୋ : ହରିୟାଣାର  ନୁହା  ଜିଲ୍ଲାର  ଆଫ୍ୱାଲପୁର ଗ୍ରାମରେ  ଏକ ହୃଦୟ ବିଦାରକ  ଘଟଣା ସାମ୍ନାକୁ ଆସିଛି । ଯେଉଁଠି  ଜଣେ ଝିଅ ନିଜ ପ୍ରେମିକ ସହିତ ମିଶି  ମାକୁ ହତ୍ୟା କରିଥିଲା ।  ଘଟଣା ସଂପର୍କରେ  ପୋଲିସ ସୂଚନା ପାଇ  ଶବକୁ ଜବତ କରି ତଦନ୍ତ ଆରମ୍ଭ କରୁଛି । ୪୫ ବର୍ଷୀୟ ମହିଳାଙ୍କୁ  ପ୍ରଥମେ ବିଷାକ୍ତ ପଦାର୍ଥ ଦେଇଥିଲେ  ମୁସ୍କାନ । ତାପରେ ତାଙ୍କୁ ହତ୍ୟା କରିଥିଲେ । ଯାହା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଘଟଣାଟି ଘଟିଛି ।   କୁହାଯାଉଛି ଯେ  ମୃତକ  ମହିଳା ଜଣଙ୍କ ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରି ଆସୁଥିଲେ ।  ଗ୍ରାମବାସୀଙ୍କ କହିବା ଅନୁସାରେ  ମୁସ୍କାନ  ପାଞ୍ଚମାସ  ପୂର୍ବେ ବିବାହ କରିଥିଲେ ।  କିନ୍ତୁ ଉକ୍ତ ଗାଁର ଜାଭେଦଙ୍କ ସହ ତାଙ୍କ ଅନୈତିକ ସମ୍ପର୍କ ଥିଲା ।  ମୃତ ରୁକସାନା ଏହି ସମ୍ପର୍କରେ ବିରୋଧ କରି ଆସୁଥିଲେ । ଏ ଫଳରେ ପ୍ରେମୀ ଯୁଗଳ  ରୁକସାନାଙ୍କୁ ରାସ୍ତାରୁ ହଟାଇବାକୁ ସ୍ଥିର କଲେ ।  ଏ ମାମଲାରେ ଡିଏସପି ନୁହ  ସୁରେନ୍ଦ୍ର  କିହ୍ନା  କହିଛନ୍ତି । ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହେଲା ଯେ  ରୁଖସାନାଙ୍କୁ  ଗଳା କାଟି ହତ୍ୟା କରାଯାଇଛି ।  ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking