ଢେଙ୍କାନାଳ : ଜିଲ୍ଲା ନିବନ୍ଧନ ଓ ବିବାହ କାର୍ଯ୍ୟାଳୟ ଅବ୍ୟବସ୍ଥା ଭିତରେ ଗତି କରୁଥିବା ଦେଖିବାକୁ ମିଳିଛି । ସେଠାରେ ଦିନକୁ ଦିନ ବିଭିନ୍ନ ସମସ୍ୟା ଦେଖା ଦେବାରେ ଲାଗିଛି । କାର୍ଯ୍ୟାଳୟଟି ମରାମତି ଅଭାବରୁ ଭାଙ୍ଗିବାକୁ ବସିଲାଣି । ମାତ୍ର କାର୍ଯ୍ୟାଳୟ ସମ୍ମୁଖରେ ମୁକୁଳା ହୋଇ ଝୁଲି ରହିଛି ବିଦ୍ୟୁତ୍ ତାର । ସେଠାରେ ଅସୁରକ୍ଷିତ ଅବସ୍ଥାରେ କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା କୋର୍ଟ ନିକଟରେ ରହିଛି ବିବାହ ପଞ୍ଜିକରଣ, ଜମି କିଣାବିକା ଓ ଇ ଷ୍ଟାପିଂ ଆଦି କାର୍ଯ୍ୟ କରାଯାଇଥାଏ । ଦୈନିକ ସେଠାକୁ ହଜାର ହଜାର ଲୋକ ନିଜର କାମ ନିମନ୍ତେ ସେଠାକୁ ଆସିଥାନ୍ତି ।
ପ୍ରତି ବର୍ଷ ସେହି କାର୍ଯ୍ୟାଳୟରୁ ଲକ୍ଷାଧିକ ରାଜସ୍ୱ ଆଦାୟ ହେଉଛି । ମାତ୍ର ଦୁଃଖର ବିଷୟ କାର୍ଯ୍ୟାଳୟ ଟିର ମରାମତି ଦିଗରେ କାହାର ଦୃଷ୍ଟି ନଥିବା ଦେଖିବାକୁ ମିଳିଛି। ଇ-ରେଜିଷ୍ଟର କକ୍ଷରେ ରହିଥିବା ଛାତ ଫାଟି ଭୁଷୁଡିବାରେ ଲାଗିଛି । ଏଠାରେ ଗୋଟିଏ ଶୈାଚାଳୟ ଥିବାରୁ ଉଭୟ ପୁରୁଷ ଓ ମହିଳାମାନେ ବ୍ୟବହାର କରୁଛନ୍ତି । ତେବେ ପୁରୁଣା ଗୁୃହକୁ ଲାଗିକରି ଦୁଇ ବର୍ଷ ପୁର୍ବେ ଗୋଟିଏ ନୁତନ ଗୃହ ନିର୍ମାଣ କରାଯାଇଛି । ହେଲେ ଗୃହ ମଧ୍ୟରେ ଠାଏ ଠାଏ ପାଣି ଗଳୁଛି ।
କାର୍ଯ୍ୟାଳୟ ପରିସର ପ୍ରତି ଦୃଷ୍ଟି ଅଭାବରୁ ଅଳିଆ ଆବର୍ଜନାରେ ଭର୍ତି ହୋଇଗଲାଣି । ସେଠାରେ ପ୍ରତିଦିନ ସଫା ସୁତରା କରାଯାଉ ନାହିଁ। ଯାହା ଫଳରେ ଆସୁଥିବା ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।