ଯାଜପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାଲିଆପଶି ଗ୍ରାମର ବିଜୟ କୁମାର ପଣ୍ଡା ଏବଂ ପଦ୍ମିନୀ ପଣ୍ଡା ଙ୍କ ବାଡ଼ିରେ ବିରଳ ଫୁଲ ଫୁଟିଛି। ମଙ୍ଗଳବାର ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଶତାଧିକ ଲୋକ ତାଙ୍କ ବାଲିଆପଶି ସ୍ଥିତ ବାସଭବନରେ ପହଂଚି ଏହି ଫୁଲକୁ ଦେଖିଥିଲେ। ଲୋକମାନଙ୍କ ମତରେ ଏହି ଫୁଲ ସ୍ବର୍ଗରେ ଫୁଟୁଥିବା ବେଳେ ବାବା ଭୋଳାଙ୍କ ଅତ୍ୟନ୍ତ ପ୍ରିୟ। ଗତ କିଛି ଦିନ ତଳେ ଶ୍ରୀଯୁକ୍ତ ପଣ୍ଡା ଙ୍କ ବାଡ଼ିରେ ପାରିଜାତ ଫୁଲ ମଧ୍ୟ ଫୁଟିଥିଲା । ଶ୍ରୀଯୁକ୍ତ ପଣ୍ଡା ବର୍ତ୍ତମାନ ଯାଜପୁର ରୋଡ଼ କୋର୍ଟ ରେ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପୁତ୍ର ପତିତପାବନ ପଣ୍ଡା ଫାଷ୍ଟ କ୍ଲାସ ମାଜିଷ୍ଟ୍ରେଟ ତଥା ସିଭିଲ ଜଜ ଭାବେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ୯ ବର୍ଷ ତଳେ ଶ୍ରୀ ପଣ୍ଡା ତାଙ୍କ ବାଡ଼ିରେ ଏହି ଫୁଲ ଗଛ ଲଗାଇ ଥିବା ବେଳେ ମଙ୍ଗଳବାର ଏହି ଫୁଲ ଫୁଟିବା ପରେ ସେ ଅତ୍ୟନ୍ତ ଆନନ୍ଦିତ ଥିବା କହିଛନ୍ତି। ଦୀର୍ଘ ବର୍ଷ ପରେ ମହାପ୍ରଭୁ କେଦାରନାଥ ଏବଂ ବଦ୍ରିନାଥ ଙ୍କ ପ୍ରିୟ ଫୁଲ ତାଙ୍କ ବାଡ଼ିରେ ଫୁଟିଥିବା ରୁ ତାଙ୍କ ଘରକୁ ଅନେକ ଲୋକ ଆସି ଏହାକୁ ଦେଖି କୃତ୍ୟ ହୋଇଥିବା ଶ୍ରୀମତୀ ପଣ୍ଡା କହିଛନ୍ତି ।