17.1 C
Bhubaneswar
Tuesday, December 16, 2025
Homeଓଡିଶା୧୪ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

୧୪ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର : ଆଜି ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲା ଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏବେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଅପରାହ୍ନ ଦୁଇଟା ପରେ ଆଉ ୬ଟି ଗେଟ୍ ଖୋଲାଯିବ। ଆଜି ମୋଟ ୨୦ଟି ଗେଟ୍ ଖୋଲାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଛି। ସକାଳ ୯ଟା ବେଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ବାମ ପାର୍ଶ୍ୱର ଆଉ ୪ଟି ଗେଟ୍ ସହିତ ଦକ୍ଷିଣ ପାର୍ଶ୍ୱର ୨ଟି ଗେଟ୍ ଖୋଲା ଯାଇଥିଲା। ପରେ ଦିନ ସାଢ଼େ ୧୨ଟା ବେଳକୁ ଆଉ ୭ଟି ଗେଟ୍ ଖୋଲାଯାଇଥିଲା।ହୀରାକୁଦ ଡ୍ୟାମର ଏତେ ସଂଖ୍ୟକ ଗେଟ୍ ଖୋଲାଯାଇଥିଲେ ହେଁ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର। ସେ କହିଛନ୍ତି, ୩୦ ତାରିଖ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢ଼େ ୪ ଲକ୍ଷ କ୍ୟୁସେକ୍‌ ପ୍ରବେଶ କରିବ। ୯ ଜିଲ୍ଲାକୁ ଏସ୍‌ଆରସିଙ୍କ ତରଫରୁ ସତର୍କ ରହିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking