30.7 C
Bhubaneswar
Thursday, June 18, 2026
Homeଖେଳଆଜିଠାରୁ ଡବ୍‌ଲ୍ୟୁସିଏଲ୍‌ର ପ୍ରଥମ ସିଜନ୍‌; ଜୁଲାଇ ୬ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଆଜିଠାରୁ ଡବ୍‌ଲ୍ୟୁସିଏଲ୍‌ର ପ୍ରଥମ ସିଜନ୍‌; ଜୁଲାଇ ୬ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଲଣ୍ଡନ: ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ଅଫ୍ ଲିଜେଣ୍ଡ୍‌ସ (ଡବ୍‌ଲ୍ୟୁସିଏଲ୍‌)ର ପ୍ରଥମ ସିଜନ୍ ଜୁଲାଇ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜିତ ହେବ । ୧୦ ଦିନ ପର୍ଯ୍ୟନ୍ତ ଚାଲିଥିବା ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ବହୁ ମହାନ୍ କ୍ରିକେଟର୍‌ଙ୍କୁ ପୁଣିଥରେ ପଡ଼ିଆରେ ଦେଖିବାକୁ ମିଳିବ । ଭାରତର କେତେକ ପୂର୍ବତନ ଷ୍ଟାର୍ ଖେଳାଳି ମଧ୍ୟ ଆକ୍ସନ୍‌ରେ ଦେଖାଦେବେ । ଟୁର୍ଣ୍ଣାମେଣ୍ଟ୍‌ରେ ଟ୍ରଫି ପାଇଁ ଛଅ ଟିମ୍ ମଧ୍ୟରେ ଟକ୍କର୍ ହେବ । ଏହି ଛଅ ଟିମ୍ ହେଲେ ଭାରତ ଚାମ୍ପିଅନ୍‌, ପାକିସ୍ତାନ ଚାମ୍ପିଅନ୍‌, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ଇଂଲଣ୍ଡ ଚାମ୍ପିଅନ୍‌, ଅଷ୍ଟ୍ରେଲିଆ ଚାମ୍ପିଅନ୍ ଏବଂ ୱେଷ୍ଟଇଣ୍ଡିଜ୍ ଚାମ୍ପିଅନ୍ । ଏହି ସମସ୍ତ ଟିମ୍ ରାଉଣ୍ଡ୍ ରବିନ୍ ଭିତ୍ତିରେ ପ୍ରତ୍ୟେକକୁ ଥରେ ଲେଖାଏଁ ଭେଟିବେ । ଏହାପରେ ଶୀର୍ଷ ୪ ଟିମ୍ ସେମିଫାଇନାଲ୍ ଖେଳିବେ । ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ୧୩ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୧୮ ମ୍ୟାଚ୍ ଖେଳାଯିବ । ମ୍ୟାଚ୍‌ଗୁଡ଼ିକ ଦୁଇଟି ଭେନ୍ୟୁ ବର୍ମିଂହାମ୍‌ର ଏଜ୍‌ବାଷ୍ଟନ୍ ଏବଂ ନର୍ଥହାମ୍ପଟନ୍‌ର କାଉଣ୍ଟି ଗ୍ରାଉଣ୍ଡ୍‌ରେ ଆୟୋଜିତ ହେବ । ପ୍ରଥମ ୧୦ଟି ମ୍ୟାଚ୍ ଏଜ୍‌ବାଷ୍ଟନ୍‌ରେ ଏବଂ ସେମିଫାଇନାଲ୍ ସମେତ ପରବର୍ତ୍ତ ୭ ମ୍ୟାଚ୍ କାଉଣ୍ଟି କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଖେଳାଯିବ । ଏହାପରେ ଫାଇନାଲ୍ ମ୍ୟାଚ୍ ବର୍ମିଂହାମ୍‌ରେ ଅନୁଷ୍ଠି ହେବ । ସମସ୍ତ ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢ଼େ ୫ଟା ଏବଂ ରାତି ସାଢ଼େ ୧୦ଟାରେ ଖେଳାଯିବ ।
ଭାରତ ଚାମ୍ପିଅନ୍‌: ଯୁବରାଜ ସିଂହ, ହରଭଜନ ସିହ, ସୁରେଶ ରାଇନା, ଇର୍ଫାନ୍ ପଠାନ୍‌, ୟୁସୁଫ୍ ପଠାନ୍‌, ରବିନ୍ ଉଥପ୍ପା, ଅମ୍ବାତୀ ରାୟଡ଼ୁ, ଗୁରକିରନ୍ ମାନ, ରାହୁଲ ଶର୍ମା, ନମନ ଓଝା, ରାହୁଲ ଶୁକ୍ଳା, ଆର୍‌ପି ସିଂହ, ବିନ କୁମାର, ଧବଲ କୁଲକର୍ଣ୍ଣି, ସୌରଭ ତିୱାରୀ, ଅନୁରିତ୍ ସିଂହ ଏବଂ ପବନ ନେଗୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking