ଭୁବନେଶ୍ୱର : ସମଗ୍ର ଭାରତରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’ । ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ରି ଅନ୍ତର୍ଜତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’ । କଟକ, ଭୁବନେଶ୍ୱର ଏବଂ ୯ ତାରିଖରେ କୋଲକାତା, ମୁମ୍ବାଇର ବିଭିନ୍ନ ମଲ୍ଟିପ୍ଲେକ୍ସ ଓ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ସ୍ୱସ୍ତିକ ଆର୍ଟ ହାଉସ୍ ବ୍ୟାନରରେ ପ୍ରସ୍ତୁତ ବହୁ ଚର୍ଚ୍ଚିତ ଓଡ଼ିଆ ଫିଚର ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’ । ବହୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବରେ ସାରା ବିଶ୍ୱ ଭ୍ରମଣ କରିବା ପରି ପୁରସ୍କାର ଓ ପ୍ରଶଂସା ସାଉଁଟିବା ପରେ ଏବେ ଏହାକୁ ପରଦାରେ ଦେଖିବେ ଦର୍ଶକ । ଜାତୀୟ ପୁରସ୍କାରପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି ଚଳଚ୍ଚିତ୍ରର ରଚନା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ।
ଏହିଭଳି ସାମାଜିକ ସାଂସ୍କୃତିକ କମିକ୍ ଫିଲ୍ମ ଓଡ଼ିଶାରେ ସୁଟିଂ ହୋଇଥିବାବେଳେ କିମ୍ବଦନ୍ତୀ ଫ୍ରାନ୍ସ ଚଳଚ୍ଚିତ୍ର ନିର୍ମାତା ଜିନ୍ ଲୁକ୍ ଗୋଦାରଙ୍କ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି । ଭାରତ, ଫ୍ରାନ୍ସ କୋ ପ୍ରଡକ୍ସନ୍ସରେ ନିର୍ମିତ ‘ଏଡିୟୁ ଗୋଦାର’ରେ ଓଲିଉଡ୍ର ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଦାସ ମୁଖ୍ୟ ଚରିତ୍ରରେ ରହିଛନ୍ତି । ତାଙ୍କ ସହିତ ଦୀପନ୍ୱିତ ଦାଶମହାପାତ୍ର, ସୁଧାରଶ୍ରୀ ମଧୁସ୍ମିତା, ସ୍ୱସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବାସୁ ମଲ୍ଲିକ, ଅଭିଷେକ ଗିରି, ଶ୍ୱେତପଦ୍ମା ଶତପଥୀ ଏବଂ ଡ. ବନିକାନ୍ତ ମିଶ୍ର ଅନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।
କିଶଳୟ ରଏ ଏବଂ ଲୋକପ୍ରିୟ ରକ୍ ମ୍ୟୁଜିକ୍ ଆଇକନ୍ ରୂପମ୍ ଇସ୍ଲାମ୍ ଏହି ଫିଲରେ ଓଡ଼ିଆ ଗୀତ ସଂରଚନା କରିଛନ୍ତି । ଚଳଚ୍ଚିତ୍ର ଏକ ଭିନ୍ନ ଧରଣର କାହାଣୀ ଓ ଭିନ୍ନ ପୃଷ୍ଠଭୂମି ଉପରେ ଆଧାରିତ ରହିଛି । ଯାହାର ମୁକ୍ତିଲାଭ ଯାତ୍ରାରେ ସାମିଲ ହୋଇ ଭଲ ଚଳଚ୍ଚିତ୍ରର ମୁକସାଖୀ ହେବାକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଦର୍ଶକଙ୍କୁ ନିବେଦନ କରାଯାଇଛି ।
The first Odia film to release across India. Great job @platoonfilms . Looking forward to watching ithttps://t.co/hqowY8L6ut
— Anurag Kashyap (@anuragkashyap72) September 1, 2022