31.1 C
Bhubaneswar
Sunday, May 19, 2024
Homeଓଡିଶାସର୍ଟ ସର୍କିଟ ଯୋଗୁ ଲାଗିଲା ନିଆଁ

ସର୍ଟ ସର୍କିଟ ଯୋଗୁ ଲାଗିଲା ନିଆଁ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତାଳପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁ ଜଳିଗଲା ୩ ବଖରା ଘର। ଚାହୁଁ ଚାହୁଁ ପୋଡି ପାଉଁଶ ହୋଇଗଲା ୨୦ କୁଇଣ୍ଟାଲ ଧାନ ସହ ଡାଲି, ଚାଉଳ ଓ ଆସବାବ ପତ୍ର ପୋଡି ନଷ୍ଟ । ଘଟଣାସ୍ଥଳରେ ଚାରିଛକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଉଦ୍ୟମ କରିଥିବା ଜଣାପଡିଛି।

ସୂଚନା ମୁତାବକ, ତାଳପଦର ଗ୍ରାମର ରମେଶ ବାରିକଙ୍କ ଘର ପାଖ ଦେଉ ବିଦ୍ୟୁତ ତାର ଯାଇଥିବା ବେଳେ ପବନ ଯୋଗୁଁ ସର୍ଟ ସର୍କିଟ ହୋଇଥିଲା । ଫଳରେ ରମେଶଙ୍କ ଚାଳ ଘରେ ନିଆଁ ଲାଗିଥିବା ବେଳେ ପାଖ ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଚାହୁଁ ଚାହୁଁ ନିଆଁ ଅଣ ଆୟତ୍ତ ହୋଇଥିବାରୁ ସ୍ଥାନୀୟ ଲୋକେ ଚାରିଛକ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ ରମେଶଙ୍କ ଘରେ ଥିବା ୨୦ କୁଇଣ୍ଟାଲ ଧାନ, ଚାଉଳ ଡାଲି ସମେତ ଘରର ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking