28.1 C
Bhubaneswar
Sunday, June 30, 2024
Homeବଲିଉଡରିଲିଜ୍ ହେଲା ଫିଲ୍ମ ଆର୍ଟିକିଲ ୩୭୦ , ବକ୍ସ ଅଫିସ ରେ ହିଟ କୁ...

ରିଲିଜ୍ ହେଲା ଫିଲ୍ମ ଆର୍ଟିକିଲ ୩୭୦ , ବକ୍ସ ଅଫିସ ରେ ହିଟ କୁ ନେଇ ଚର୍ଚ୍ଚା

ମୁମ୍ବାଇ : ଆଜି ରିଲିଜ୍ ହେଲା ଫିଲ୍ମ ଆର୍ଟିକିଲ ୩୭୦। ଦେଶର ୧,୫୦୦ ସିନେମା ହଲରେ ୨,୨୦୦ ସ୍କ୍ରିନରେ ଏହି ପଲିଟିକାଲ ଡ୍ରାମା ଷ୍ଟୋରୀ ମୁକ୍ତିଲାଭ କରିଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ ଆଧାର କରି ଏହି ସିନେମା ପ୍ରସ୍ତୁତ ହୋଇଛି। ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହି ସବୁ ତଥ୍ୟ ଉପରେ ଆଧାର କରି ଆର୍ଟିକିଲ୍ ୩୭୦ ଫିଲ୍ମ ନିର୍ମାଣ କରାଯାଇଛି। ଆର୍ଟିକିଲ ୩୭୦ ପ୍ରଥମ ଦିନରେ ୫ କୋଟି ଟଙ୍କାରୁ ଅଧିକ ନେଟ୍ କଲେକ୍ସନ କରିବାର ସମ୍ଭାବନା ରହିଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଫିଲ୍ମ ୧୦ କୋଟି ମାର୍କ ଅତିକ୍ରମ କରିପାରେ। ଜାତୀୟ ପୁରସ୍କାର ବିଜେତା ଆଦିତ୍ୟ ସୁହସ ଜାମ୍ବଲେ ‘ଆର୍ଟିକିଲ ୩୭୦’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ମଧ୍ୟ ‘ଉରି’, ‘ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଷ୍ଟାର କାଷ୍ଟଙ୍କ ମଧ୍ୟରେ ୟାମି ଗୌତମ, ପ୍ରିୟମଣି ଏବଂ ଅରୁଣ ଗୋଭିଲ ଅଛନ୍ତି। ୟାମି ଗୌତମ ସିନେମାରେ ଜଣେ ଗୁପ୍ତଚର ଏଜେଣ୍ଟ ଭୂମିକା ନିଭାଇଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ଫେବୃଆରୀ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଗସ୍ତ ସମୟରେ ଆର୍ଟିକିଲ୍ ୩୭୦ ଉପରେ ଚର୍ଚ୍ଚା କରିଥିଲେ। ଏକ ରାଲିରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଫିଲ୍ମଟି କ’ଣ ମୁଁ ଜାଣି ନାହିଁ, କିନ୍ତୁ ଗତକାଲି ମୁଁ ଟିଭିରେ ଶୁଣିଥିଲି ଯେ ଏକ ଚଳଚ୍ଚିତ୍ର ଆର୍ଟିକିଲ୍ ୩୭୦ ଆସୁଛି। ଭଲ, ଏହି ଫିଲ୍ମ ମାଧ୍ୟମରେ ଲୋକମାନେ ଧାରା ୩୭୦ ବାବଦରେ ସଠିକ୍ ତଥ୍ୟ ପାଇପାରିବେ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking