ରୋମ: ଇଟାଲୀ ଇତିହାସରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଏହାକୁ ନେଇ ସେଠାର ଜଣେ ମହିଳା ସାଂସଦ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇଟାଲୀର ସାଂସଦ ଗିଲଡା ସ୍ପୋର୍ଟିଏଲୋ ସଂସଦରେ ନିଜର ଶିଶୁକୁ ସ୍ତନ୍ୟପାନ (ବ୍ରେଷ୍ଟଫିଡିଂ) କରାଇବାର ଜଣେ ପ୍ରଥମ ରାଜନେତା ହୋଇ ପାରିଛନ୍ତି । ଗିଲ୍ଡା ସ୍ପୋର୍ଟିୟେଲୋ ବୁଧବାର ଚ୍ୟାମ୍ୱର ଅଫ୍ ଡେପୁଟୀ ( ନିମ୍ନ ସଦନ)ରେ ନିଜର ନବଜାତ ଶିଶୁକୁ ସ୍ତନ୍ୟପାନ କରାଇଥିଲେ । ୩୬ ବର୍ଷିୟା ଏହି ସାଂସଦ ନିଜର ଦୁଇ ମାସର ଶିଶୁ ଫ୍ରେଡରିକୋଙ୍କୁ ସଂସଦରେ କ୍ଷୀର ପିଆଉ ଥିଲେ । ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରି ସବୁ ସାଂସଦମାନେ ତାଳି ବଜାଇ ଥିଲେ । ଇଟାଲୀର ସଂସଦରେ ନିମ୍ନ ସଦନକୁ ପୁରୁଷ ପ୍ରଧାନ ଭାବେ ମନେକରାଯାଏ ।
ଏମିତିରେ ଗିଲ୍ଡା ସ୍ପୋର୍ଟିୟେଲୋଙ୍କର ଏହି ଐତିହାସିକ ପଦକ୍ଷେପକୁ ଖୁବ୍ ପ୍ରଶଂସା କରାଯାଉଛି । ଯେ, ଗିଲ୍ଡା ସ୍ପୋର୍ଟିୟେଲୋ ସଂସଦରେ ଭୋଟିଂ କରିବାକୁ ନିଜର ଶିଶୁକୁ ସାଥିରେ ଧରି ଆସିଥିଲେ । ସେ ପ୍ରଥମେ ଭୋଟ କରିଥିଲେ ଏବଂ ପୁଣି ନିଜର ଶିଶୁକୁ ନେଇ ଉଚ୍ଚ ବେଞ୍ଚରେ ଯାଇ ବସିଥିଲେ। ସେଠାରେ ସେ ଶିଶୁକୁ ସ୍ତନ୍ୟପାନ କରାଉ ଥିବା ବେଳେ ସଦନ ତାଳି ମାଡ଼ରେ କମ୍ପି ଥିଲା । ସାଥି ସାଂସଦମାନେ ଅନେକ ସମୟ ଯାଏ ତାଳି ବଜାଉ ଥିଲେ । ସଂସଦୀୟ ଅଧିବେଶନର ଅଧ୍ୟକ୍ଷତା କରି ଜିୟୋର୍ଜିୟୋ ମୂଲେ କହିଥିଲେ କି, ଏହା ଇଟାଲୀ ଇତିହାସରେ ପ୍ରଥମ ଥର ଏମିତି ହୋଇଛି , ଯାହାକି ସବୁ ଦଳର ସମର୍ଥନ ସହ କୌଣସି ମହିଳା ଶିଶୁକୁ ସଂସଦରେ ସ୍ତନ୍ୟପାନ କରାଇଛନ୍ତି । ଇଟାଲୀର ବାମପନ୍ଥୀ ଫାଇଭ-ଷ୍ଟାର ମୁଭମେଣ୍ଟ ପାର୍ଟି ସହ ଜଡ଼ିତ ଗିଲ୍ଡା ସ୍ପୋର୍ଟିଏଲୋ କହିଛନ୍ତି କି ଅନେକ ମହିଳା ସମୟ ପୂର୍ବରୁ ଶିଶୁକୁ ସ୍ତନ୍ୟପାନ କରାଇବା ବନ୍ଦ କରି ଦିଅନ୍ତି । ସେମାନେ ଏମିତି ନିଜର ଇଚ୍ଛାରେ କରନ୍ତି ନାହିଁ , ବରଂ ତାଙ୍କୁ ଏମିତି କରିବାକୁ ପଡ଼ିଥାଏ , କାରଣ ତାଙ୍କୁ କାର୍ଯ୍ୟସ୍ଥଳକୁ ଆସିବାକୁ ବାଧ୍ୟ କରାଯାଇ ଥାଏ ।