26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଫିଟନେସ୍ ପାଇଁ ପୁଅକୁ ଦୌଡ଼ାଇ ଦୌଡ଼ାଇ ମାରିଲା ବାପା

ଫିଟନେସ୍ ପାଇଁ ପୁଅକୁ ଦୌଡ଼ାଇ ଦୌଡ଼ାଇ ମାରିଲା ବାପା

ବ୍ୟୁରୋ: ସନ୍ତାନ ପାଇଁ ସେ ପଥର, ସେ ଚଟାଣ… ସେ ଶକ୍ତି, ସେ ସାହସ…ସେ ପିତା । ନିଜ ପିଲାଙ୍କୁ ଭଲରେ ରଖିବା ପାଇଁ, ଶାନ୍ତି ଦେବା ପାଇଁ ଯେ ନିଜକୁ ତିଳ ତିଳ କରି ଜାଳିଦିଏ… ସେ ବାପା । ସନ୍ତାନର ସୁଖ ତା’ପାଇଁ ସର୍ବପ୍ରଥମ ହୋଇଥାଏ । ପୁଅ, ଭାଇ, ସ୍ୱାମୀର ପରିଚୟରୁ ଉପରକୁ ଉଠି ସେ ପିତାର ସମ୍ମାନ ଲାଭ କରେ । ନିଜ ଜୀବନର ଚରମ ସୁଖ ସେ ସନ୍ତାନ ଜନ୍ମ ପରେ ପ୍ରାପ୍ତ କରେ । କିନ୍ତୁ ସେହି ପିତା ଯେତେବେଳେ ନିଜ ସନ୍ତାନ ପାଇଁ କାଳ ପାଲଟେ, ସେତେବେଳେ ସ୍ୱଂୟ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ । ଛୋଟିଆ ପିଲାଟିଏ, ବୟସ ମାତ୍ର ଛଅ ବର୍ଷ । ଟିକେ ଅଧିକ ମୋଟା ଥିଲା ବୋଲି ବାପାର ନଜର ପଡ଼ିଥିଲା ।

ପୁଅକୁ ପତଳା କରାଇବା ପାଇଁ ଟ୍ରେଡମିଲ୍ ରେ ଦୌଡ଼ାଇଥିଲା । କିନ୍ତୁ ସେ କଷ୍ଟ… ସେ ଯନ୍ତ୍ରଣା ସହିପାରିଲାନି ପୁଅ । ଶେଷରେ ଆଖି ବୁଜିଦେଲା । ସ୍ତବ୍ଦ କଲା ଭଳି ଏପରି ଏକ ଘଟଣା ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି । ନ୍ୟୁଜର୍ସି ସହରରେ ନିଜ ପୁଅ କୋରୀ ମାଇକିଓଲୋ(୬)କୁ ହତ୍ୟା କରିବା ଅଭିଯୋଗରେ ପିତା ଖ୍ରୀଷ୍ଟୋଫର୍ ଗ୍ରେଗ(ର୍୩୧) କୋର୍ଟରେ ହାଜର ହୋଇଥିଲେ । ତେବେ କୋର୍ଟରେ ଉପସ୍ଥାପିତ ହୋଇଥିବା ପ୍ରମାଣ ସମସ୍ତଙ୍କୁ ନିସ୍ତବ୍ଦ କରିଦେଇଥିଲା । ଉକ୍ତ ଭିଡ଼ିଓ ପ୍ରମାଣରେ ଦେଖିବାକୁ ମିଳିଛି ଯେ, ପିଲାଟି ଟ୍ରେଡମିଲରେ ଦୌଡ଼ୁଛି । ବାର୍ ବାର୍ ଘୋଷାଡ଼ି ହୋଇପଡ଼ୁଛି । ପୁଣି ଉଠୁଛି ପୁଣି ପଡ଼ୁଛି । ଟ୍ରେଡମିଲ୍ ର ବେଗ ଏତେ ଅଧିକ ରହିଛି ଯେ, ପିଲାଟି ଦୌଡ଼ିବାକୁ ଅସମର୍ଥ ରହୁଛି । ତଥାପି ତା’ର ବାପା ତାକୁ ବାର୍ ବାର୍ ଦୌଡ଼ାଉଛି । ଗତ ୨୦୨୧ ମାର୍ଚ୍ଚ ୨୦ର ଏହି ଭିଡିଓ । ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟରେ ଏହି କେସ୍ ଚାଲିଥିବା ବେଳେ ଖ୍ରୀଷ୍ଟଫର୍ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

ତେବେ ଦୋଷୀ ପ୍ରମାଣିତ ହେଲେ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଣା ପଡ଼ିଛି । କୋର୍ଟରେ ଏହି ଭିଡିଓ ଫୁଟେଜ୍ କୁ ଦେଖିବା ପରେ କୋରୀଙ୍କ ମାଆ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ । ସୂଚନା ଅନୁଯାୟୀ, ପୁଅର ଆଘାତ ବିଷୟରେ ତାର ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ମାଆ ଆମେରିକାର ଚାଇଲ୍ଡ ପ୍ରୋଟେକ୍ଟିଭ୍ ସର୍ଭିସ୍ ରେ ଜଣାଇଥିଲେ । ପୁଅର ଚିକିତ୍ସା ଚାଲିଥିବା ବେଳେ ମାଆ ଏହି ଘଟଣା ବିଷୟରେ ଡାକ୍ତରଙ୍କୁ ଜଣାଇଥିଲେ । ସେ କହିଥିଲେ, ପୁଅର ଓଜନ ଅଧିକ ଥିବାରୁ ତାଙ୍କ ସ୍ୱାମୀ ଟ୍ରେଡମିଲ୍ ରେ ଦୌଡ଼ାଉଛନ୍ତି । ପୁଅର ଓଜନକୁ ନେଇ ଖ୍ରୀଷ୍ଟୋଫର୍ ସବୁବେଳେ ଚିନ୍ତାରେ ରହୁଥିଲେ । ଏପ୍ରିଲରେ ୧ ରେ ଏହି ଘଟଣା ଘଟିଥିବା ବେଳେ ପର ଦିନ ହିଁ କୋରୀ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ଯେ, ହୃତପିଣ୍ଡ ସହ ଯକୃତରେ ଭୀଷଣ ଆଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking