ଗଞ୍ଜାମ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ ଓ କିରାଣି । କୋଡିଏ ହଜାର ଟଙ୍କା ଲାଞ୍ଚ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ଆସିକା ଜଳ ସମ୍ପଦ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କିରାଣୀ କୈଳାଶ ବେହେରା। ସୂଚନା ମୁତାବକ, ନିର୍ବାହୀ ଯନ୍ତ୍ରୀ ଅଫିସରେ ଏକ ଗାଡି ଭଡ଼ାରେ ଲାଗିଥିଲା। ଅଫିସରେ ଲାଗିଥିବା ଗାଡିର ବିଲ୍ ପାସ୍ କରିବା ପାଇଁ ମାଲିକ ମନୁ ପଟ୍ଟନାୟଙ୍କ ଠାରୁ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆସିକା ସିଏଡି ଡିଭିଜନ-୮ର ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ। ତେବେ ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ଗାଡ଼ି ମାଲିକ। ଏହାପରେ ଗାଡ଼ି ମାଲିକଙ୍କ ଅଭିଯୋଗକୁ ଆଧାରରେ କରି ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ କିରାଣି କୈଳାଶ ବେହେରା ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରିଥିଲା। ଏହାସହିତ ଭିଜିଲାନ୍ସ ସେଠାରୁ ମଧ୍ୟ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି । ସେପଟେ ଏ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଛି। ଏହାସହିତ ଏ ଘଟଣା ବିବାଦରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।