25.1 C
Bhubaneswar
Tuesday, November 26, 2024
Homeଅପରାଧଅଧା ରହିଗଲା ଅଭିନେତ୍ରୀ ହେବାର ସ୍ୱପ୍ନ, ସ୍ତ୍ରୀ ରିଲ୍ସ କରିବାରୁ ଜୀବନ ନେଲା ସ୍ୱାମୀ

ଅଧା ରହିଗଲା ଅଭିନେତ୍ରୀ ହେବାର ସ୍ୱପ୍ନ, ସ୍ତ୍ରୀ ରିଲ୍ସ କରିବାରୁ ଜୀବନ ନେଲା ସ୍ୱାମୀ

ଥିରୁଅନନ୍ତପୁରମ: ରିଲ୍ସ କରି ଲୋକପ୍ରିୟତା ହାସଲ କରିବା ନିଶାରେ ଉବୁଟୁବୁ ହୋଇଥିଲେ ମହିଳା । ସବୁ କିଛି ଭୁଲିଯାଇ ରିଲ୍ସ କରିବାରେ ଅଧିକ ସମୟ ଅତିବାହିତ କରୁଥିଲେ । ଭାବିଥିଲେ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ ପରେ ଆକ୍ଟିଂ କ୍ୟାରିୟର ଆରମ୍ଭ କରିବେ । ତାହା ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଥିଲା, କିନ୍ତୁ ସ୍ୱପ୍ନପୂରଣ ପୂର୍ବରୁ ମହିଳାଙ୍କୁ ମହଙ୍ଗା ପଡିଲା ରିଲ୍ସ କରିବା । ରିଲ୍ସ କରିବାରେ ଅଧିକ ସମୟ ବିତାଉଥିବାରୁ ଅତିଷ୍ଟ ହୋଇଗଲେ ସ୍ୱାମୀ । ଶେଷରେ ସାଲରେ ତଣ୍ଟି ଚିପିଚିପି ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ୱାମୀ । ତାମିଲନାଡୁର ତ୍ରିପୁରା ଜିଲ୍ଲାରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଏ ନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ ।

ସୂଚନା ଅନୁଯାୟୀ, ଦିଣ୍ଡୁ ଦିଗାଲର ଅମ୍ରିଥାଲିଙ୍ଗଲିମ ଚିତ୍ରାଚିତ୍ରା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ତ୍ରିପୁରାର ସେଲାନଗରରେ ରହୁଥିଲେ । ଅମ୍ରିଥାଲିଙ୍ଗଲିମ ଥିନାମ ପାଲାୟମ ପରିବା ମାର୍କେଟରେ ଜଣେ ଶ୍ରମିକ ଭାବେ କାମ କରୁଥିଲେ । ତାଙ୍କ ପତ୍ନୀ ଚିତ୍ରା ଏକ ଗାରମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଚିତ୍ରାଙ୍କର ଏକ ଅଭ୍ୟାସ ରହିଥିଲା ସେ ପ୍ରତିଦିନ ରିଲ୍ସ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରନ୍ତି । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଉପୁଜୁଥିଲା । ଏଥିପାଇଁ ଗତ ଦୁଇ ମାସ ପୂର୍ବରୁ ଚେନ୍ନାଇ ଯାଇଥିଲେ । ତେବେ ଗତ ରବିବାର ରାତିରେ ରିଲ୍ସ ଅପଲୋଡ କରିବା ଓ ଚିତ୍ରା ଦେଖିବା ଅଭିନୟ କ୍ୟାରିୟରକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ଶେଷରେ ସ୍ୱାମୀ ଉତକ୍ଷିପ୍ତ ହୋଇ ନିଜ ସାଲ୍‌ରେ ସ୍ତ୍ରୀର ତଣ୍ଟିଚିଣ୍ଟି ହତ୍ୟା କରିଥିଲା । ଏହାପରେ ଭୟରେ ଅଭିଯୁକ୍ତ ସ୍ୱାମୀ ଘରୁ ବାହାରି ଯାଇ ତାଙ୍କ ଭଉଣୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ତାଙ୍କ ଉଭଣୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking