19.1 C
Bhubaneswar
Monday, December 23, 2024
Homeଦେଶ ବିଦେଶଆମେରିକାରେ ବଦଳିଲା ମୃତ୍ୟୁଦଣ୍ଡର ତରିକା

ଆମେରିକାରେ ବଦଳିଲା ମୃତ୍ୟୁଦଣ୍ଡର ତରିକା

ଆମେରିକା: ଆମେରିକାରେ ବଦଳିଲା ମୃତ୍ୟୁଦଣ୍ଡର ତରିକା । ପ୍ରଥମଥର ଲାଗି ଆମେରିକାର ଆଲାବାମାରେ ଗୁରୁବାର ନାଇଟ୍ରୋଜେନ ଗ୍ୟାସ ଦେଇ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏକ ହତ୍ୟା ମାମଲାରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଏଭଳି ମୃତ୍ୟୁଦଣ୍ଡ ଦେବାରେ ଏହା ହେଉଛି ପ୍ରଥମ ମାମଲା ।

ମିଳିଥିବା ସୂଚନା ମୁତାବକ ୫୮ ବର୍ଷୀୟ ଦୋଷୀଙ୍କୁ ଫେସ୍ ମାସ୍କ ମାଧ୍ୟମରେ ନାଇଟ୍ରୋଜେନ୍ ଗ୍ୟାସ୍ ଦିଆଯାଇଥିଲା । ଆଉ ନାଇଟ୍ରୋଜେନ୍ ଗ୍ୟାସ୍ କାରଣରୁ ତାଙ୍କ ଶରୀରରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆମେରିକାର ଆଲାବାମା ଗଭର୍ଣ୍ଣର କେ ଇବେ କହିଛନ୍ତି ଯେ ନାଇଟ୍ରୋଜେନ ଗ୍ୟାସ ମାଧ୍ୟମରେ ପ୍ରଥମ ମୃତ୍ୟୁଦଣ୍ଡ ଦିଆଯାଇଛି । ମାରାତ୍ମକ ଇଞ୍ଜେକ୍ସନର ଏକ ସରଳ ବିକଳ୍ପ ଭାବରେ ରାଜ୍ୟ ଏହାକୁ ଆଗକୁ ବଢ଼ାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking