ଭୁବନେଶ୍ୱର: ଅଗ୍ନୀଶ୍ରମ ବିଭାଗର ସହାୟତାରେ ମଞ୍ଚେଶ୍ୱର ଥାନା ପୁଲିସ ଦ୍ୱାରା କୁଆଖାଇ ନଦୀର ଭାସୁଥିବା ବେଳେ ସନ୍ଦେହ ଜବନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ତେବେ ସେ ଜଣେ ଫୁଟୁବଲ ଖେଳାଳି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । କାରଣ ତାଙ୍କ ପୋଷାକ ଖେଳାଳିଙ୍କ ପୋଷକେ ଭଳି ଲାଗୁଛି । ସେହିପରି ସେ ସ୍ପେର୍ଟସ୍ ଜୋତା ଏବଂ ଇନର ପିନ୍ଧିଥିବା ଜଣାପଡିଛି । ସେହିପରି ମୃତଦହଟି ୨ ରୁ ୩ ଦିନ ତଳର ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସକାଳ ପ୍ରାୟ ୫ଟା ସମୟରେ ଶବଟି ନଦୀ ମଝିରେ ଭାସୁଥିଲା । ସ୍ଥାନୀୟ ଲୋକେ ନଦୀକୁ ଯାଇଥିଲା ବେଳେ ଏହାକୁ ଦେଖିଲେ । ଏନେଇ ପୁଲିସକୁ ଖବର ଦିଆଯାଇଥିଲା ।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନେଇ ଅଗ୍ନିଶ୍ରମ ବାହିନୀମକୁ ଖବର ଦିଆଯାଇଥିଲା । ଅଗ୍ନୀଶ୍ରମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ପାଣି ଭିତରୁ ବାହାରକୁ ବାହାର କଲେ । ପରେ ପୁଲିସ ଶବଟିକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ହିଁ ଜଣାପଡିବ କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଗତକିଛି ଦିନ ତଲେ ଉକ୍ତ ସ୍ଥାନରେ ଏକ ଶବ ବାଲିରେ ପୋତି ହୋଇଥିବା ଅବସ୍ଥାରେ ପୁଲିସକୁ ମିଳିଥିଲା । ହେଲେ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିଆ ପ୍ରକାଶ ପାଇଛି । ଏହି ଅଞ୍ଚଳରେ ରାତ୍ରି ସମୟରେ ପୁଲିସ ପ୍ୟାଟ୍ରୋଲିଂ ବଢାଇବାକୁ ଦାବି କରାଯାଇଛି ।