32.1 C
Bhubaneswar
Saturday, October 19, 2024
Homeଓଡିଶାଜଙ୍ଗଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଙ୍ଗଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ମନୋମୁଣ୍ଡା ଜଙ୍ଗଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର । ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଧରୁଆଡିହି ଥାନା ଅନ୍ତର୍ଗତ ମନମୁଣ୍ଡା ଜଙ୍ଗଲରୁ ଦୁଇ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତଦେହ ଦୁଇଟି ନିକଟରେ ଥିବା ବିଜୁଳିଖମଣ ଗାଁର ଅଜୁ ମାଝୀ ଏବଂ ସଚିନ୍ଦ୍ର କିଷାନଙ୍କ ବୋଲି ପରିଚୟ ମିଳିଛି । ଦୁଇ ମୃତଦେହ ଜଙ୍ଗଲର ଏକ ପୋଲ ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହା ଏକ ଦୁର୍ଘଟଣା ନା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ମୃତ ଯୁବକଙ୍କୁ ଶେଷ ଥର ପାଇଁ ଲୋକେ ଘର ନିକଟରେ ଦେଖିଥିଲେ ବୋଲି ଖବର ରହିଛି । ଲୋକେ ରାସ୍ତାରେ ଯାଉଥିବା ବେଳେ ମୃତଦେହ ଦେଖିବାକୁ ମିଳିଥିଲା । ପରେ ପୋଲିସକୁ ଖବର ଦେବାରୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି । ପୋଲିସର ଉଦ୍ୟମ ଜାରି ରହିଥିବା ବେଳେ ଏହି ହୃଦୟ ବିଦାରକ ଘଟଣା ପରେ ନ୍ୟାୟ ଆଶାରେ ମୃତକଙ୍କ ପରିବାର ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking