27.1 C
Bhubaneswar
Tuesday, May 14, 2024
Homeଦେଶ ବିଦେଶଧନ ସମ୍ପତି ଲୋଭରେ କେରଳ ଦମ୍ପତି ଚଢ଼ାଇଲେ ଦୁଇ ମହିଳାଙ୍କ ବଳି,ଦମ୍ପତି ଗିରଫ

ଧନ ସମ୍ପତି ଲୋଭରେ କେରଳ ଦମ୍ପତି ଚଢ଼ାଇଲେ ଦୁଇ ମହିଳାଙ୍କ ବଳି,ଦମ୍ପତି ଗିରଫ

ତିରୁଓ୍ଵନନ୍ତପୁରମ୍ : କେରଳ ପଥାନାମଟିଡା ଜିଲ୍ଲା ତିରୁବାଲାରେ ମାନବ ବଳୀର ଏକ ମାମଲା ନଜରକୁ ଆସିଛି । ପୋଲିସ ଅନୁଯାୟୀ ଏଠାରେ ଦୁଇ ମହିଳାଙ୍କୁ ବଳୀ ଚଢ଼ାଯାଇ ପୋତି ଦିଆଯାଇଥିବା ତଦନ୍ତରୁ ଜଣାଯାଇଛି । ଏହି ମହିଳା ଦୁହେଁ ଗତ ମାସରୁ ଗାୟବ ଥିଲେ । ମହିଳାଙ୍କ ମୃତ ଶରୀର ମାଟିରୁ ବାହାର କରାଯାଇ ଫୋରେନ୍ସିଂ ଯାଞ୍ଚ ପାଇଁ ପଠାଯିବ ବୋଲି ପୁଲିସ କମିଶନର ପ୍ରକାଶ କରିଛନ୍ତି ।ଅଭିଯୁକ୍ତ ଦମ୍ପତିଙ୍କୁ ଜେରା ବେଳେ ସେ ଦୁହେଁ ଏକଥା ସ୍ୱୀକାର କରିଛନ୍ତି ଯେ ଆର୍ଥିକ ସମସ୍ୟାର ଅନ୍ତ ଘଟାଇବା ପାଇଁ ସେଦୁହେଁ ବଳୀ ଚଢ଼ାଇଛନ୍ତି । ଭଗବଲ ସିଂହ ଓ ତାର ପତ୍ନୀ ଲୈଲା ନାମରେ ପରିଚିତ ଦମ୍ପତି ପଠାନମଟିଡା ଜିଲ୍ଲା ଅରନମୁଲା ଠାରେ ଏକ ମସାଜ ସେଣ୍ଟର ଚଳାନ୍ତି । ତେବେ ଏହି ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ଏହା ଉପରେ ତଦନ୍ତ ପରେ ହିଁ ଅଧିକ ତଥ୍ୟ ଦେଇପାରିବେ ବୋଲି କହିଛି । ସେପ୍ଟେମ୍ବର ୨୭ରେ ଜଣେ ୫୦ ବର୍ଷିୟ ମହିଳାଙ୍କ ନିଖୋଜ ହେବା ନେଇ ସୂଚନା ମିଳିବା ପରେ ଏର୍ଣ୍ଣାକୁଲମ ପୋଲିସ ଏହା ଉପରେ ଖୋଳ ତାଡ କରିଥିଲା । ଉକ୍ତ ଦମ୍ପତିଙ୍କ ଫୋନ କଲ୍ ଡିଟେଲ୍ସ ଯାଞ୍ଚ କରିବା ପରେ ଏହି ଘଟଣା ଜଣାପଡିଥିଲା । ପୋଲିସ ଏବେ ଏହି ଦମ୍ପତିଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking