ଭୁବନେଶ୍ୱର:କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଖର୍ଚ୍ଚ ୪୭୯ କୋଟି ୯୦ ଲକ୍ଷ । ୪୭୯ କୋଟି ଖର୍ଚ୍ଚ ଦର୍ଶାଇଥିବା ବେଳେ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ । ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ୫୯ କୋଟି ୪୧ ଲକ୍ଷ । ହେଲେ ପାଇଛି୩୮ କୋଟି । ୨ୟ ସର୍ବାଧିକ ସମ୍ ରହିଥିବା ବେଳେ ଖର୍ଚ୍ଚ ଦର୍ଶାଇଛି ୫୮ କୋଟି ୫୯ ଲକ୍ଷ । ମାତ୍ର ପାଇଛି ୨୮ କୋଟି ।
ଏହାପରେ ରହିଛି ହାଇଟେକ୍ । ହାଇଟେକର ୩୩ କୋଟି ୩୮ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପାଇଛି ୧୯ କୋଟି ୧୦ ଲକ୍ଷ । କଟକ ଅଶ୍ୱିନୀ ହସ୍ପିଟାଲର ଖର୍ଚ୍ଚ ୩୨ କୋଟି ୩୫ ଲକ୍ଷ ହୋଇଥିବା ବେଳେ ପାଇଛି ୨୭ କୋଟି ୬୬ ଲକ୍ଷ । ସନ ହସ୍ପିଟାଲରେ ୭ କୋଟି ୩୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପାଇଛି ୭ କୋଟି ୧୯ ଲକ୍ଷ । କଟକ ସଦଗୁରୁ ହସ୍ପିଟାଲ ଖର୍ଚ୍ଚ ୭ କୋଟି ୫୪ ଲକ୍ଷ ଦର୍ଶାଇଥିବା ବେଳେ ସମସ୍ତ ଟଙ୍କା ପାଇସାରିଛି ।