ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାରେ ବିସ୍ଥାପନର କରୁଣ ପରିସ୍ଥିତିକୁ ନେଇ ବିଶିଷ୍ଟ କଂଗ୍ରେସ ନେତା ଗୁରୁବକ୍ସ ସିଂ ଆଲୁୱାଲିଆ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ମୁଖପାତ୍ର ଶ୍ରୀ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ଶ୍ରୀ ଆଲୁୱାଲିଆ କହିଥିଲେ ଯେ, ଓଡିଶାର କାନପୁର ବୃହତ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ପାରିବାର ବର୍ଗଙ୍କର ଅସ୍ମିତା ସରକାର କେବେ ରକ୍ଷା କରିବେ? ଦୀର୍ଘ 2 ବର୍ଷ ସରକାରରେ ପୂରିବାକୁ ବସିଲାଣି ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ କୌଣସି ବାରଣ୍ଡା କିମ୍ବା ସିଡ଼ି ରେ ଠିଆ ହେଇ ଧାଡ଼ିଏ କହିବି ନାହିଁ ତେବେ ନିଜ ଗୃହ ଜିଲ୍ଲା ଏବଂ ନିଜ ପଡୋଶୀ ନିର୍ବାଚନ ମଣ୍ଡଳୀ ଚମ୍ପୁଆ ଅନ୍ତର୍ଗତ ବାସୁଦେବପୁର ଠାରେ ନିର୍ମାଣ ହେଉଥିବା କାନପୁର ବୃହତ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେଇଥିବା ତିନୋଟି ଗ୍ରାମ ପଞ୍ଚାୟତ ଯଥା :- ବିରକଳା, କଣ୍ଡରା ଓ ଚମକପୁର ଅନ୍ତର୍ଗତ 16 ଗୋଟି ମୌଜାର ଗ୍ରାମ ବାସୀ ବୃନ୍ଦ ଆଜି ତାଙ୍କର R.R policy 2006 ଏବଂ ସଂଶୋଧିତ R.R policy 2013 ଅନୁସାରେ ନ୍ୟାୟ ପାଇବା ସମ୍ବନ୍ଧରେ କେବେ ପଦେ କହିବେ ???ତେବେ ବିଗତ ବିଜେଡି ସରକାର ଅମଳରେ କୋରନାର କରାଳ ପ୍ରକୋପ କୁ ଭୃକ୍ଷେପ ନକରି ଚମ୍ପୁଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଗୁରୁବକ୍ସ ସିଂ ଅହଲୁୱାଲିଆ ହଜାର ହଜାର ବିସ୍ଥାପିତ ପରିବାର ବର୍ଗଙ୍କୁ ନେଇ ନବୀନ ସରକାରଙ୍କୁ 5th RPDAC 2018 ଅନୁଯାଇ ସମସ୍ତ ପାଇବା ଯୋଗ୍ୟ ବିସ୍ଥାପିତ ପରିବାରର ଲୋକଙ୍କୁ ଉଚିତ ଥଇଥାନ ରାଶି ନଦେଇ ହିଟଲର ସାହି ହୁକୁମ ନାମା ଦେଇ ତୁରନ୍ତ ଘର ଭାଙ୍ଗିବା ନିଷ୍ପତି ବିରୁଦ୍ଧରେ ଦାବୀ ପତ୍ର ଦେବା ସହ 18 ଦିନ ବିଧାନସଭା ସମ୍ମୁଖରେ ଗଣ ଧାରଣା ଦେଇଥିଲେ, ତେବେ ସେତେବେଳେର ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କୁ ଦିଲ୍ଲୀରୁ ପୂର୍ବତନ AICC ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କର ନିର୍ଦେଶ କ୍ରମରେ ଏହି ଗଣ ଧାରଣା ନିମନ୍ତେ କଂଗ୍ରେସ ପୁର୍ଣ ସହଯୋଗ କରିଥିଲା ଏବଂ ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କର ନିର୍ଦେଶ କ୍ରମେ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ମାର୍ଗ ପ୍ରଶସ୍ଥ ହେଇଥିଲା l କିନ୍ତୁ ଦୁର୍ଭାଗ୍ୟର ବିଷୟ ନବୀନ ବାବୁ ଫିତା କାଟି ପାରିଲେ ନାହିଁ ଅଥଚ ନିଜେ କଟିଗଲେ ଆଉ ଏହି ଅସ୍ମିତା ର ଦୁହାଇ ଦେଉଥିବା ଡବଲ ଇଞ୍ଜିନ ସରକାର ମଧ୍ୟ କାନପୁର ବିସ୍ଥାପିତ ପରିବାର ବର୍ଗଙ୍କର ଅସ୍ମିତା ରକ୍ଷା କରିବାରେ ଆଦୌ ଦୃଷ୍ଟି ନପଡିବା ଅତି ପରିତାପର ବିଷୟ l ଯେହେତୁ କାନପୁର ଡ୍ୟାମ କାର୍ଯ୍ୟ ଵର୍ତମାନ ସୁଦ୍ଧା ଅସମ୍ପୂର୍ଣ ଅଛି, ମୂଖ୍ୟ କେନାଲ ଟ୍ରାଏଲ ବେସିସ ରେ କମସେ କମ 25 KM ପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ ହେଇନାହିଁ, ହାତୀ ମାନଙ୍କର ଗମନା ଗମନ ନିମନ୍ତେ ଓ଼ଭର ପାସ ପୋଲ ନିର୍ମାଣ କାର୍ଯ୍ୟ ଆଦି ଅସମ୍ପୂର୍ଣ ଥିବା ପରିପେକ୍ଷୀରେ R.R policy 2006 ଏବଂ R.R policy 2013 ଅନୁସାରେ ଯୋଉଠି ପ୍ରତି 2 ବର୍ଷ ଅନ୍ତରାଳ ରେ ଅନୁଷ୍ଠିତ ହେବାକୁ ଥିବା RPDAC meeting ନହେବା ସରକାରଙ୍କର କାନପୁର ଡ୍ୟାମ ଦ୍ୱାରା ବିସ୍ଥାପିତ ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ପରିବାରଙ୍କ ପ୍ରତି ଦରଦ ନାହିଁ ବୋଲି ପ୍ରମାଣ କରୁଛି l ଏଣୁ ଆମ୍ଭେ ଗତ 16-12-2024 ରେ କାନପୁର ବିସ୍ଥାପିତ ପରିବାରବର୍ଗଙ୍କ ତରଫରୁ 7ଗୋଟି ଦାବୀ ଲିଖିତ ଭାବେ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରେଇଥିଲୁ ଏବଂ ତା 6-12-2024 ରେ ଦିନିକିଆ ବିଧାନସଭା ସମ୍ମୁଖରେ ଧାରଣାରେ ବସି ଆମ ଜିଲ୍ଲାର ଗର୍ବ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ଦୃଷ୍ଟି ଆକର୍ଷଣ କଲୁ ଆଉ ପ୍ରତିଶୃତି ପାଇଲୁ ଯେ ଶୀଘ୍ର ସମାଧାନ ହେବ, କିନ୍ତୁ ଫଳ ଶୂନ୍ୟ,ଏଣୁ ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କର ଦ୍ୱାରସ୍ତ ହେଲୁ ଓ ମାନ୍ୟବର ଉଚ୍ଚତମ ନ୍ୟାଳୟଙ୍କର ନିର୍ଦେଶ କ୍ରମେ ପୁନଃ 1-4-2025 ରିଖରେ ମା ଦୁଆରଶୁଣୀ ଠାକୁରାଣୀଙ୍କର ପିଠ ନିର୍ମାଣ ସମ୍ବଦ୍ଧିୟ ଦାବୀକୁ ବାଦ ଦେଇ ଦାବୀ ପତ୍ର ମୂଖ୍ୟ ଶାସନ ସଚିବଙ୍କୁ ଦିଆଯାଇଛି କିନ୍ତୁ ଵର୍ତମାନ ସୁଦ୍ଧା RPDAC meeting ର ତାରିଖ ନିର୍ଧାରିତ କରି କାନପୁର ବୃହତ ଜଳ ସେଚନ ପ୍ରକଳ୍ପଦ୍ୱାରା ବିସ୍ଥାପିତ ପାରିବାରଙ୍କର ଅସ୍ମିତା ଡବଲ ଇଞ୍ଜିନ ସରକାର କେବେ ରକ୍ଷା କରିବେ??? ଵର୍ତମାନ ସୁଦ୍ଧା 1-1-2018 cut off date ଅନୁଯାଇ ପାଖା ପାଖି 2500 ରୁ 3000 ଲୋକ ବିସ୍ଥାପିତ ରାଶି ପାଇବା ନିମନ୍ତେ ବକେୟା ଅଛନ୍ତି l
ଦାବୀ :-
1.ଯେ ହେତୁ କାନପୁର ବନ୍ଧ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ ଅଛି ଏଣୁ 1-1-2018 ବଦଳରେ 1-1-2025 cut off date କୁ ଲାଗୁ କରାଯାଉ l
2.ବର୍ଦ୍ଧିତରାଶି 2014 ମସିହାରୁ ଆଜି (2026) ପର୍ଯ୍ୟନ୍ତ ଥଇଥାନ ନିୟମ ଅନୁଯାଇ ପ୍ରଦାନ କରାଯାଉ l(ଯେ ହେତୁ ପ୍ରତି 2ବର୍ଷ ଅନ୍ତରାଳରେ RPDAC ହେବାର ପ୍ରାବଧାନ ଅଛି )
3.ବିବାହିତା ଓ ଅବିବାହିତା ଏବଂ ବାପ /ମା ଛେଉଣ୍ଡ ପୁଅ /ଝିଅ ମାନଙ୍କୁ ଉଚିତ ସହାୟତା ରାଶି ପ୍ରଦାନ କରାଯାଉ l(1980 ରୁ ଧରା ଯାଉ )
4.ବିସ୍ଥାପିତ ପରିବାରବର୍ଗଙ୍କୁ ମୌଳିକ ସୁବିଧା ଯୋଗେଇଦେବା ରେ ଯଥା ଶୀଘ୍ର ଉଚିତ ପଦକ୍ଷେପ ନିଆ ଯାଉ l
5.ଚାଷ ଜମିବଦଳରେ ଜମି, ଘର ଡିହ ବଦଳରେ ଘର ଡିହ ଲେଖେଇଥିବା ବିସ୍ଥାପିତ ପରିବାରଙ୍କୁ ତୁରନ୍ତ ନ୍ୟାୟ ଦିଅନ୍ତୁ l
.6. କାନପୁର ବୃହତ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ପରିବାର ବର୍ଗଙ୍କ ଠାରୁ ବିଭିନ୍ନ ଚିଟ ଫଣ୍ଡ ସଂସ୍ଥା ମାନଙ୍କ ଦ୍ୱାରା ଅର୍ଥ ହଡ଼ପ ଓପରେ ଯଥା ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗରିବ ଆଦିବାସୀ ପରିବାର ବର୍ଗଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ l
ଯୋଉଠି ଭିଟା ମାଟି ହରେଇ କେବଳ R.R policy 2006 ଅନୁସାରେ ଵର୍ତମାନ ସୁଦ୍ଧା ଉଚିତ ପ୍ରାପ୍ୟ ପାଇ ପାରିନାହାନ୍ତି ଅନ୍ୟ ପକ୍ଷରେ କାନପୁର କେନାଲ ନିମନ୍ତେ ଜମି ହରେଇ ଥିବା ଲୋକ ମାନେ R.R policy 2013 ଅନୁଯାଇ 3 ଗୁଣା ଅଧିକା ରାଶି ପାଇବା ନିଶ୍ଚୟ ଜମି ହରାଙ୍କ ନିମନ୍ତେ ଘୋର ଅନ୍ୟାୟ ଏଣୁ ସରକାର ଖୁବ ଶୀଘ୍ର RPDAC meeting କରି ଉଚିତ ସମାଧାନ କରିବେ ବୋଲି ଡବଲ ଇଞ୍ଜିନ ସରକାରଙ୍କୁ ନିବେଦନ କରୁଛୁ ନଚେତ ଆଗାମୀ ଦିନରେ ଫିତା କାଟିବାର ଯୋଉ ଯୋଜନା କରୁଛନ୍ତି କଂଗ୍ରେସ ଦଳ କାନପୁର ବିସ୍ଥାପିତ ପରିବାର ବର୍ଗଙ୍କର ନ୍ୟାୟ ପାଇଁ ରାଜ ରାସ୍ତାରେ ଓଲ୍ହାଇବା ନିମନ୍ତେ ପଛେଇବ ନାହିଁ l










