31.1 C
Bhubaneswar
Tuesday, October 8, 2024
Homeଓଡିଶାଓଡ଼ିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିିଶା ଖଣି ନିଗମ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଗମ । ଖଣି କ୍ଷେତ୍ରକୁ ଆହୁରି ଦକ୍ଷତାର ସହ ପରିଚାଳନା କଲେ ଅଧିକ ରାଜସ୍ୱ ଆସିବା ସହିତ ଖଣି ଭିତ୍ତିକ ଶିଳ୍ପାନୁଷ୍ଠାନ ଗୁଡିକ ମଧ୍ୟ ଲାଭବାନ ହେବେ । ଓଡିଶାରେ ଖଣିଜ ସମ୍ପଦ ଭରପୁର ହୋଇ ରହିଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ସର୍ଭେ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଖଣିଜ ସମ୍ପଦର ଆକଳନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ରାଜ୍ୟରେ ଆହୁରି ଅଧିକ ଖଣି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ ପରାମର୍ଶ ଦେଇଛନ୍ତି ।
ଗୁରୁବାର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଖଣି ଉତ୍ତୋଳନ ପାଇଁ ଖଣି ବିଭାଗ ଅଧୀନରେ ଥିବା ସଂସ୍ଥାଗୁଡିକୁ ସୁଦୃଢ଼ କରି ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଦକ୍ଷ ମାନବ ସମ୍ବଳ ବିନିଯୋଗ କଲେ ଲୌହ ଜାତୀୟ ଖଣିଜ ସମ୍ପଦର ଉତ୍ପାଦନ ବୃଦ୍ଧି ପାଇବ । ଏଥି ସହିତ ଖଣି ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ହେବ ।
ମୁଖ୍ୟମନ୍ତ୍ରୀ  ଆହୁରି କହିଛନ୍ତି ଯେ, ଖଣି ଅଞ୍ଚଳରେ ପ୍ରାୟତଃ ଆଦିବାସୀ ଲୋକମାନେ ଅଛନ୍ତି । ସେମାନଙ୍କ ଆର୍ôଥକ ଓ ସାମାଜିକ ଉନ୍ନତି ପାଇଁ ଖଣି କ୍ଷେତ୍ରରେ ନିୟୋଜିତ କମ୍ପାନୀମାନେ ନଜର ଦେବାକୁ ହେବ । ଖଣିଗୁଡ଼ିକର ପାରିପାର୍ଶିକ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ଦାରିଦ୍ର‌୍ୟ ଦୂରୀକରଣ, ସୁଦୃଢ ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଓଡିଶା ଖଣି ନିଗମର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିଏଓଆର୍‌ର ପ୍ରମୁଖ ଅଂଶ ଖଣି ଅଞ୍ଚଳର ଅଧିବାସୀମାନଙ୍କ ଜୀବନଶୈଳୀର ବିକାଶ ଓ ଉନ୍ନତି ପାଇଁ ଖର୍ଚ୍ଚ ହେବା ଆବଶ୍ୟକ । ସେ କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ଶିଳ୍ପାନୁଷ୍ଠାନ ଯେଉଁ ମାନଙ୍କର ନିଜସ୍ୱ ଖଣି ନାହିଁ ସେମାନଙ୍କୁ ଓଡିଶା ଖଣି ନିଗମ କଞ୍ଚାମାଲ ଯୋଗାଇ ଦେଉଛି । ତେଣୁ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ନିତ୍ୟାନ୍ତ ଆବଶ୍ୟକ । କ୍ରୋମର ବଡ ଉତ୍ପାଦକ ସହିତ ଲୁହା ପଥର କ୍ଷେତ୍ରରେ ଦେଶର ଚତୁର୍ଥ ବୃହତ ଉତ୍ପାଦନକାରୀ ନିଗମ ଭାବେ ଓଡିଶା ଖଣି ନିଗମ ମାନ୍ୟତା ପାଇଛି ।
ଉକ୍ତ ସମୀକ୍ଷା ବୈଠକରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡିକେ ସିଂ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାସ୍ୱତ ମିଶ୍ର ଏବଂ ଓଡିଶା ଖଣି ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking