ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ରାଜନେତା ହୁସେନ ରବି ଗାନ୍ଧୀ। ତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ବଗର୍ତ ଗାନ୍ଧୀ ଜଣେ ବରିଷ୍ଠ ନେତା। ତାଙ୍କର ବିଜୁ ବାବୁ ଓ ପରେ ବିଜୁ ଜନତା ଦଳ(ବିଜେଡି) ସହିତ ଦୀର୍ଘ ଦିନର ସମ୍ପର୍କ ଥିଲା। ବିଜେଡିକୁ ମଜବୁତ କରିବାରେ ସେ ବିପୁଳ ଅବଦାନ ଦେଇଛନ୍ତି ଏବଂ ବିଜୁ ବାବୁ ଏବଂ ବିଜେଡିର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିଛନ୍ତି।
ସେ ଜଣେ ପ୍ରତିଷ୍ଠିତ ଲେଖକ ଥିଲେ ଏବଂ ଓଡିଆ ସାହିତ୍ୟ ପାଇଁ ତାଙ୍କର ଅନେକ ଅବଦାନ ବୋଲି ସିଏମ୍ କହିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ବଡ କ୍ଷତି। ହୁସେନଙ୍କ ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, କଟକ ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ୧୯୮୮ରେ ସେ ବିଜେଡିରେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି।