19.1 C
Bhubaneswar
Thursday, December 26, 2024
Homeଓଡିଶାମେକ୍ ଇନ୍ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍ ଲଞ୍ଚ୍ କଲେ ମୁଖ୍ୟମନ୍ତ୍ରୀ

ମେକ୍ ଇନ୍ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍ ଲଞ୍ଚ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମେକ୍ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍ ଲଞ୍ଚ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ । ସେହିପରି କନକ୍ଲେଭ ପାଇଁ ପ୍ରତିନିଧି ମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ୍ କରିପାରିବେ । ଆଣ୍ଡ୍ରଏଡ୍ ୟୁଜର ମାନେ ପ୍ଲେଷ୍ଟୋରରୁ ଏହି ମୋବାଇଲ ଆପ୍ ଡାଉନଲୋଡ କରିପାରିବେ । ସେହିପରି ଆପଲ୍ ଆପଷ୍ଟୋରରେ ଆପଲ୍ ୟୁଜର ମାନଙ୍କ ପାଇଁ ଏହି ମୋବାଇଲ ଆପ୍ ଉପଲବ୍ଧ ରହିଛି । ଓଡ଼ିଶା ପୋର୍ଟାଲରେ ମେକ୍ ଇନ ଓଡିଶା କନକ୍ଲେଭ ୨୦୨୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ ।

ପାଞ୍ଚ ଦିନିଆ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମରେ ୨୦ ଟି ଅଧିବେଶନ ସହିତ ୩ ଟି କନକ୍ଲେଭ ହେବ । କାର୍ଯ୍ୟକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ସରକାର ଦୁବାଇ, ମୁମ୍ବାଇ, ନୂଆଦିଲ୍ଲୀ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ୧୦ ଟି ରୋଡ୍ ସୋର ଆୟୋଜନ କରିଛନ୍ତି । ଓଡିଶା ଶିଳ୍ପାୟନରେ ମେକ୍ ଇନ୍ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ସମସ୍ତ ବିଭାଗକୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ପାଦନ ପୁଞ୍ଜି ବିନିଯୋଗରେ ଓଡିଶା ଆଜି ଭାରତର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ଇଜ୍ ଅଫ ଡୁଇଙ୍ଗ ବିଜନେସ୍‌ରେ ଓଡିଶାକୁ ଆଚିଭର ମାନ୍ୟତା ମିଲିଛି । ଯାହା କି ରାଜ୍ୟ ପାଇଁ ଗୌରବର ବିଷୟ । ଫଳରେ ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୨ରେ ଓଡିଶାର ଶିଳ୍ପ ଅଭିବୃଦ୍ଧି କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବା ନିଶ୍ଚିତ କରିବାକୁ ସେ ସଭିଙ୍କୁ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking