32.1 C
Bhubaneswar
Friday, May 17, 2024
Homeଓଡିଶାପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଛି । ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ମହାପୁରୁଷଙ୍କୁ ସମ୍ମାନ ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୭୫ ବର୍ଷ ଗୋଟିଏ ଜାତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ସହ ଅଲିମ୍ପିକ୍ସରେ ସଫଳତା ପାଇଁ ଓଡ଼ିଶା ଓ ଭାରତୀୟ ଖେଳାଳିଙ୍କୁ ସେ ପ୍ରଶଂସା କରିଛନ୍ତି । ହକିରେ ଓଡ଼ିଶାର ଅବଦାନ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଖେଳାଳିଙ୍କ ପାଇଁ ଓଡ଼ିଶା ଗର୍ବିତ ।

୨୦୧୮ରେ ଆମେ ହକି ଦଳର ପ୍ରାୟୋଜକ ହୋଇଥିଲୁ । ଏହାର ସୁଫଳ ମିଳିଛି, ଅଲିମ୍ପିକ୍ସରେ ଦଳ ପଦକ ଜିତିଛି । କୋଭିଡ ମୁକାବିଲାରେ ଆମେ ଅନ୍ୟମାନଙ୍କୁ ବାଟ ଦେଖାଇଛୁ । ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଇ ଜୀବନ ବଞ୍ଚାଇଛୁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନୂଆ ରୂପରେ ଲାଗୁ ହେବାକୁ ଯାଉଛି । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୯୬ ଲକ୍ଷ ପରିବାର ସ୍ମାର୍ଟ ହେଲ୍ଥ କାର୍ଡ ପାଇବେ । ଏପରି ସୁବିଧା ଯୋଗାଇବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ଯୋଜନାରେ ୩.୫ କୋଟି ଲୋକ ସ୍ୱାସ୍ଥ୍ୟ ସେବା ପାଇବେ। ରାଜ୍ୟରେ କେହି ଅର୍ଥାଭାବ ପାଇଁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking