36.1 C
Bhubaneswar
Sunday, May 19, 2024
Homeଓଡିଶାବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡୁନି ମୃତ୍ୟୁ କାରଣ : ସରିଲା ଅନ୍ତିମ ସଂସ୍କାର

ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡୁନି ମୃତ୍ୟୁ କାରଣ : ସରିଲା ଅନ୍ତିମ ସଂସ୍କାର

ଭୁବନେଶ୍ୱର : ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ୍ ନିକଟ ମହାବୀର ବସ୍ତିରୁ ଉଦ୍ଧାର ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ ନିକଟରେ ହସ୍ତଗତ ହୋଇଛି । କିନ୍ତୁ ଏଥିରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ହତ୍ୟା ଅଭିଯୁକ୍ତ ତଥା ଗୀତା ସେଠୀଙ୍କ ପୁରୁଷବନ୍ଧୁ ସାଜିଥିବା ମିସ୍ତ୍ରୀ ଏବେ ବି ପୁଲିସ ହାତରେ ଧରାପଡ଼ିନାହାନ୍ତି । ସୂଚନା ଅନୁଯାୟୀ,  ଗୀତାଙ୍କୁ ତନ୍ଟି ଚିପି ନଚେତ୍‌, ତକିଆ କିମ୍ବା କପଡ଼ା ଯୋଗେ ମୁହଁକୁ ମାଡି଼ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି । ବ୍ୟବଚ୍ଛେଦ କରିଥିବା ଏମ୍ସ ଡାକ୍ତରୀ ଦଳ ମୃତଦେହର ଆଭ୍ୟନ୍ତରୀଣ ଅଙ୍ଗର କିଛି ନମୁନା ସଂଗ୍ରହ କରି ରାଜ୍ୟ ଫରେନସିକ୍ ଲ୍ୟାବ୍‌(ଏସ୍‌ସିଆର୍‌ବି)କୁ ପ୫ଠାଇଛନ୍ତି । ସେଠାରେ ଭିସେରା ପରୀକ୍ଷା ପରେ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ । ଗୀତାଙ୍କ ପରିବାର ଲୋକ ମୃତଦେହକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ବୋଲଗଡ଼ସ୍ଥିତ ଗାଁକୁ ନେଇଯାଇଛନ୍ତି । ସେମାନେ ଥାନାରେ ସମ୍ପୃକ୍ତି ମିସ୍ତ୍ରୀ ବିରୋଧରେ ଏକ ଏତାଲା ଦେଇଛନ୍ତି ।

ସେମାନେ କହିଛନ୍ତି, ଗୀତା ସବୁବେଳେ କାମ କରିବାକୁ ବାହାରକୁ ଯାଆନ୍ତି । ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରଠୁ ସେ ଏକାକୀ ରହୁଥିଲେ । ଅଗଷ୍ଟ ୨୦ ତାରିଖରେ କାହାରିକୁ କିଛି ନ କହି ଘରୁ ପଳାଇ ଯାଇଥିଲେ । କିନ୍ତୁ ସବୁଦିନ ମୋବାଇଲ୍ ଫୋନ୍ ଯୋଗେ ଘର ଲୋକଙ୍କ ସହ କଥା ହେଉଥିଲେ । ବାରମ୍ବାର ଌଚାରିବା ସତ୍ୱେ ଭୁବନେଶ୍ୱରରେ କେଉଁଠି ରହୁଛନ୍ତି, ଏନେଇ କିଛି ସ୍ପଷ୍ଟ ସୂଚନା ଦେଉନଥିଲେ । ତେବେ ଗଲା ୩ଦିନ ଧରି ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଆସୁଥିଲା ତେଣୁ ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ଉଠିଥିଲେ । ମିସ୍ତ୍ରୀ ଜଣକ ତାଙ୍କ ଗୀତାକୁ ଫୁସୁଲାଇ ଭୁବନେଶ୍ୱର ନେଇ ପଳାଇଥିଲା । ସେ ହିଁ ଗୀତାକୁ ମାରି କି କୁଆଡ଼େ ପଳାଇଛି ବୋଲି ପରିବାରଲୋକେ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking