18.1 C
Bhubaneswar
Tuesday, November 19, 2024
Homeଓଡିଶାକଟକଣାକୁ ରାଜଧାନୀବାସୀଙ୍କ ଖାତିର ନାହିଁ : ଛକ ଜଗିବ ନାକା

କଟକଣାକୁ ରାଜଧାନୀବାସୀଙ୍କ ଖାତିର ନାହିଁ : ଛକ ଜଗିବ ନାକା

ଭୁବନେଶ୍ୱର:  କଟକଣାକୁ ରାଜଧାନୀ ଭୁବନେଶ୍ୱରବାସୀଙ୍କ ଖାତିର ନାହିଁ । ହାଟ ବଜାର ଭଳି ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ଗହଳି ଦେଖିବାକୁ ମିଳୁଥିବାବେଳେ ପାର୍ବଣ ପାଇଁ ମଲ୍‌, ମାର୍କେଟ କମ୍ପେ୍ଲକ୍ସ ଆଦି ସ୍ଥାନରେ ବେଶୀ ଗହଳି ନଜରକୁ ଆସୁଛି । ଆଗକୁ ପାର୍ବଣ ଆସୁଛି, ତେଣୁ ଗହଳି ହେବା ସ୍ୱାଭାବିକ । କିନ୍ତୁ ଲୋକଙ୍କ ଅସାବଧାନତା ସଂକ୍ରମଣ ବୃଦ୍ଧିରେ ସହାୟକ ହୋଇପାରେ । ସଂକ୍ରମଣ ବଢ଼ିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିଜର କଠୋର ମନୋଭାବ ଆପଣାଇବ । ପୁଣି ଛକ ଛକରେ ବ୍ୟାରିକେଡ୍ ଲାଗିବ ଆଉ ନାକା ଜଗିବ ବୋଲି ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । ଭୁବନେଶ୍ୱରରେ ଏବେ ପୁଣି କ୍ରମଶଃ ସଂକ୍ରମଣ ବଢ଼ିଥିବା ନଜରକୁ ଆସିଛି । କିଛି କିଛି ସ୍ଥାନରୁ ଏକାସାଙ୍ଗେ ମାତ୍ରାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଯାହାପାଇଁ ବିଏମ୍‌ସି ଅଞ୍ଚଳରେ କର୍ତ୍ତୃପକ୍ଷ ନିଜ ସର୍ଭେଲାନ୍ସ ବଢ଼ାଇଛନ୍ତି । ଏବେ ପୁଣିଥରେ ସହରରେ ଚେକିଂ, ବ୍ଲକିଂ ସହ ମାସ୍କ ପରିଧାନ ଯାଞ୍ଚ ଆରମ୍ଭ ହୋଇଛି । ଯେ କେହିବି ନିୟମ ଖିଲାପ କରୁଥିବା ନଜରକୁ ଆସିଛି । ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଆଗକୁ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବା ସହ ପୂର୍ବ ପରି ଛକ ଛକରେ ମାସ୍କ ପରିଧାନ ନେଇ ଚେକିଂ କରାଯିବ । ଯେ କେହି ବି ସଠିକ୍ ଢ଼ଙ୍ଗରେ ମାସ୍କ ପରିଧାନ ନ କରିଥିବ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ । ଲୋକେ କରୋନାକୁ ନେଇ ନିଜ ନିଜ ମଧ୍ୟରେ କେତେ ସଚେତନ ଅଛନ୍ତି ତା’ର ଯାଞ୍ଚ କରଯିବା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆୟୁକ୍ତ ଶ୍ରୀ ସେଠୀ କହିଛନ୍ତି ।

ଖାଲି ସେତିକି ନୁହେଁ କିଛି ଦିନ ହେବ ବିଏମ୍‌ସି କର୍ତ୍ତୃପକ୍ଷ ରାତ୍ରୀ କାଳିନ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି । ବିଳମ୍ବ ଯାଏ ଖୋଲା ରହୁଥିବା ଦୋକାନ, ବାର ଓ ଅନ୍ୟାନ୍ୟ ପ୍ରିଷ୍ଠାନକୁ ଯାଞ୍ଚ କରାଯାଉଛି । ଆବଶ୍ୟକ ପଡ଼ିଲେ ଏହାକୁ ସିଲ୍ ମଧ୍ୟ କରାଯାଉଛି । ସହରକୁ କଟକଣା ପରିସରଭୁକ୍ତ କରିବାକୁ ବିଏମ୍‌ସିକୁ ଅଧିକ ସମୟ ଲାଗିବନି । ହେଲେ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ଜରୁରୀ । ଭୁବନେଶ୍ୱରର ଲକ୍ଷାଧିକ ଜନସାଧାରଣ ଏଯାବତ୍ ସଂକ୍ରମିତ ଭାବେ ଚିହ୍ନଟ ହୋଇସାରିଲେଣି ।

ହେଲେ ତଥାପି ଲୋକଙ୍କ ମନରେ ଚେତା ପଶିନି । ତେଣୁ ଲୋକେ ପାର୍ବଣର ଅଧିକାଂଶ ସମୟରେ ଭିଡ଼ରୁ ନିବୃତ୍ତ ରହିବା ସହ କଟକଣା ମାନନ୍ତୁ ବୋଲି ଶ୍ରୀ ସେଠୀ ପରାମର୍ଶ ଦେଇଛନ୍ତି । ସେପଟେ ଭୁବନେଶ୍ୱରର ଯେଉଁ ଜାଗାରେ ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ପାଇଁ, ଲୋକଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା । ୭ ଦିନ ହେଲାଣି ସଂକ୍ରମଣ ଉପର ତଳ ହେଉଛି । ମାତ୍ର ନିକଟରେ ଭୁବନେଶ୍ୱରରେ କିଛି ମାତ୍ରାରେ ସଂକ୍ରମଣ ବଢିଥିବା ନଜରକୁ ଆସିଛି । ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରୁଛି । ତେଣୁ ଲୋକେ ଅସାବଧାନ ହେଲେ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ କରିବାକୁ ନିର୍ଦ୍ଦେଶ ରହିଥିବା ଡିମ୍‌ଇଟି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking