ଭୁବନେଶ୍ୱର: ପ୍ରବଳ ଖରା ଓ ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ୱର । ଆଜି ଅସହ୍ୟ ଗରମ ରାଜଧାନୀବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ଭଳି ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଖରା ପ୍ରବଳ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ଏଥିସହିତ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ବୋଲି କୁହାଯାଇଛି । ଆଜି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ମଧ୍ୟ ୪୪.୪ ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି ।