34.5 C
Bhubaneswar
Tuesday, April 7, 2026
Homeଓଡିଶାଡମ୍ଫରକୁ ପିଟିଲା ବସ୍‌ ; ୨୦ ଜଣ ଆହତ

ଡମ୍ଫରକୁ ପିଟିଲା ବସ୍‌ ; ୨୦ ଜଣ ଆହତ

ବଲାଙ୍ଗୀର : ଡମ୍ଫରକୁ ଭାରସାମ୍ୟ ହରାଇ ପିଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର-ସୋନପୁର ଏନଏଚ ୫୭ର ଗଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଦିଲ୍‌ଖୁସ ନାମକ ବସ୍‌ ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲକାନଗିରି ଅଭିମୁଖେ ଯାଉଥିଲା।ଏହି ସମୟରେ ଗଇଁତଲା ନିକଟରେ ଏକ ହାଇୱା ରାସ୍ତାକଡ଼ରେ ଠିଆ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ଡମ୍ଫର ପଛରେ ପିଟି ହୋଇଥିଲା।ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ନଷ୍ଟ ହୋଇଯାଇଛି। ପୁଇଁତଳା ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking