28.1 C
Bhubaneswar
Tuesday, December 17, 2024
Homeଦେଶ ବିଦେଶନ୍ୟାୟପାଳିକାର ବୋଝ ବଢ଼ିଚାଲିଛି: ଜଷ୍ଟିସ ରମନା

ନ୍ୟାୟପାଳିକାର ବୋଝ ବଢ଼ିଚାଲିଛି: ଜଷ୍ଟିସ ରମନା

ହାଇଦ୍ରାବାଦ: ଦେଶର ନ୍ୟାୟପାଳିକା (ଜୁଡିସିୟାରୀ) ବର୍ତ୍ତମାନ ଅତ୍ୟଧିକ ବୋଝ ମୁଣ୍ଡାଉଛି ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିିସ ଏନ୍‌.ଭି.ରମନା କହିଛନ୍ତି । ଶୁକ୍ରବାର ହାଇଦ୍ରାବାଦଠାରେ ଆୟୋଜିତ ଦୁଇଦିନିଆ ‘ତେଲେଙ୍ଗାନା ଷ୍ଟେଟ୍ ଜୁଡିସିଆଲ ଅଫିସର୍ସ କନ୍‌ଫରେନ୍ସ’କୁ ସମ୍ବୋଧିତ କରିବା ଅବସରରେ ଜଷ୍ଟିସ ରମନା କହିଛନ୍ତି ଯେ ଖାଲିପଡିଥିବା ବିଚାରପତି ପଦ ପୂରଣ ଏବଂ ନ୍ୟାୟିକ ଭିତ୍ତିଭୂମିକୁ ଅଧିକ ମଜଭୁତ କରିବାକୁ ସେ ବର୍ତ୍ତମାନ ଜୋରସୋର ଉଦ୍ୟମ ଚଳାଇଛନ୍ତି । ଆବଶ୍ୟକ ସଂଖ୍ୟକ ଅଦାଲତ ଏବଂ ବିଚାରପତି ରହିଲେ, ଲୋକଙ୍କୁ ଉଚିତ ସମୟରେ ଉଚିତ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି ।

ଜିଲ୍ଲାସ୍ତରରୁ ଆରମ୍ଭ କରି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କୌଣସି ମାମଲା ଶୁଣାଣି ପାଇଁ ପଡି ରହୁ ବୋଲି ସେ ଆଦୌ ଚାହୁଁନଥିବା ଜଷ୍ଟିସ ରମନା କହିଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ନ୍ୟାୟିକ ଭିତ୍ତିଭୂମିର ଘୋର ଅଭାବ ପରିଲକ୍ଷିତ ହେଉଛି । ତେଲେଙ୍ଗାନାର ଉଦାହରଣ ଦେଇ ସେ କହିଛନ୍ତି ଯେ ତେଲେଙ୍ଗାନା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୪ରୁ ୪୨କୁ ବୃଦ୍ଧି କରାଯିବା ନେଇ ଯେଉଁ ପ୍ରସ୍ତାବ ଆଗତ କରାଯାଇଥିଲା, ତାହାକୁ ସେ ମଞ୍ଜୁରୀ ଦେଇସାରିଛନ୍ତି ।

ଅପରପକ୍ଷରେ ମାମଲାର ଶୁଣାଣି ସମୟରେ ସବୁ ପକ୍ଷଙ୍କୁ ମାନବିକତା ଦୃଷ୍ଟିକୋଣରୁ ଯେପରି ନ୍ୟାୟ ମିଳିପାରିବ, ତାହା ନିଶ୍ଚିତ କରିବାକୁ ଜଷ୍ଟିସ ରମନା ବିଚାରପତିଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷକରି ଯେଉଁ ମାମଲାରେ ଶିଶୁ, ମହିଳା ଏବଂ ଦିବ୍ୟାଙ୍ଗମାନେ ସଂପୃକ୍ତ, ସେଭଳି ମାମଲା ପ୍ରତି ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୁନଶ୍ଚ କେଉଁ ମାମଲା ପାଇଁ କେଉଁ ଆଇନ ପ୍ରଯୁଜ୍ୟ, ତାହା ବିଚାରପତିମାନେ ବିଚାର କରିବା ଜରୁରୀ ବୋଲି ମଧ୍ୟ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking